ଓଡିଆନ୍ ନ୍ୟୁଜ

25

ପ୍ରବଳ ବର୍ଷାରୁ ସହର ଭିତରକୁ ପଶିଆଛନ୍ତି କୁମ୍ଭୀର

Team Odian News |

ଭଡୋଦରା: ଘୂର୍ଣ୍ଣିଝଡ଼ ମହା ପ୍ରଭାବରେ ଗୁଜରାଟରେ ଲାଗି ରହିଛି ବର୍ଷା। ଆଉ ପ୍ରବଳ ବର୍ଷା ଯୋଗୁ ଭଡୋଦରାରେ ସହର ଭିତରକୁ ପଶି ଆସିଛନ୍ତି କୁମ୍ଭୀର। ଆଉ ଏମାନଙ୍କୁ ଉଦ୍ଧାର କରିବା ପାଇଁ ବନ୍ୟଯନ୍ତୁ କାର୍ଯ୍ୟ କର୍ତ୍ତା ଓ ସ୍ୱେଚ୍ଛାକର୍ମୀ। ତେବେ ଦୀର୍ଘ ୧୨ ଘଣ୍ଟା ମଧ୍ୟରେ ୫ଟି କୁମ୍ଭୀର ଉଦ୍ଧାର ହୋଇ ସାରିଲାଣି। ତେବେ ପ୍ରଥମେ ଏକ କୁମ୍ଭୀରକୁ  ଡ୍ରେନ ଭିତରେ ପସିଥିବା ଦେଖି ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ। ଦୀର୍ଘ ୨ ଘଣ୍ଟାକାଳ କସରତ ପରେ କୁମ୍ଭୀରକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଥିଲେ। ପରେ ଯାହାର ଚିତ୍ର ଶୋସାଲ୍ ମିଡିଆରେ ଭାଇରାଲ ହୋଇଛି।ତେବେ କୁମ୍ଭୀର ପଶି ଆସିଥିବା ଖବର ମିଳିବା ପରେ ଏପର୍ଯ୍ୟନ୍ତ ସହରର ବିଭିନ୍ନ ସ୍ଥାନରୁ ପ୍ରାୟ ୫ଟି କୁମ୍ଭୀର ଉଦ୍ଧାର କରାଯାଇ ସାରିଲାଣି। ଏମାନଙ୍କୁ ମଧ୍ୟରୁ ଗୋଟିଏ କୁମ୍ଭୀର ୯.୫ ଫିଟ୍‌ ଲମ୍ବର  କୁମ୍ଭୀର ରହିଛି। ପ୍ରବଳ ବର୍ଷାରୁ ଅନେକ ସ୍ଥାନରେ ବର୍ଷା ଜଳ ଜମି ରହିଥିବାରୁ କୁମ୍ଭୀରଟି ସହର ମଧ୍ୟକୁ ପଶି ଆସିଥିବା କୁହାଯାଉଛି।