ଓଡିଆନ୍ ନ୍ୟୁଜ

26

ଓଡ଼ିଶା କୁଇନ୍‌-ଚୂଡାନ୍ତ ପର୍ଯ୍ୟାୟକୁ ୨୧ ସୁନ୍ଦରୀ ମନୋନୀତ

Team Odian News |

ଓଡ଼ିଶା କୁଇନ୍‌-ଚୂଡାନ୍ତ ପର୍ଯ୍ୟାୟକୁ ୨୧ ସୁନ୍ଦରୀ ମନୋନୀତ

ଭୁବନେଶ୍ୱର: ଓଡ଼ିଶା କୁଇନ୍‌-୨୦୧୯ର ଚାରି ପର୍ଯ୍ୟାୟରେ ଅଡିସନ୍‌ ପରେ ମୋଟ୍‌ ୨୧ ଜଣ ସୁନ୍ଦରୀ ମଡେଲ୍ ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଛନ୍ତି। ଅନନ୍ୟା ଆଚାର୍ଯ୍ୟ, ସୌମ୍ୟା ସାହୁ, ଶୁଭଶ୍ରୀ ଜେନା, ଭକ୍ତି ଭବାନୀ ପଟ୍ଟନାୟକ, ପାୟଲ ଧଳ, ଆର୍ଯ୍ୟବାଳା ଜେନା, ମେହକ ଦାସ, ସୁପ୍ରଭା ମଲିକ, ନିକିତା ସିଂ, ଅନ୍ୱେଷା ଆଦିତି, ରୁନ୍ଦ୍ରାଙ୍ଗୀ ସୁନ୍ଦରରାୟ, ମଞ୍ଜୁଲୀ ନାୟକ, ମନାଲୀ ସାହୁ, ଦୀପ୍ତି ଥାପ୍ପା, ମେଲିସା ନାୟକ, ପ୍ରଦ୍ୟାଶା ପାତ୍ର, ଦୀପ୍ତିରେଖା ଦାସ, ସୋମା ସିଂ, ଇଭା ଜେମ୍ସ, ପୂଜା ସିଂ ଓ ନିକିତା ରାଉତ ପ୍ରମୁଖ ମନୋନୀତ ହୋଇଛନ୍ତି।ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର ଓ ଭୁବନେଶ୍ୱରରେ ଚାରି ପର୍ଯ୍ୟାୟରେ ଏହି ଅଡିସନ୍‌ ହୋଇଥିଲା। ଏହି ସୁନ୍ଦରୀ ମଡେଲ୍‌ମାନେ ଚୂଡାନ୍ତ ପର୍ଯ୍ୟାୟକୁ ମନୋନୀତ ହେବାପରେ ଏମାନଙ୍କର ଗୁମିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଫ୍ୟାଶନ୍‌, ମେକ୍‌ଅପ୍‌, ସୁଟିଂ ଇତ୍ୟାଦି ବାବଦରେ ପ୍ରଶିକ୍ଷଣ ଦିଆଯିବ ବୋଲି ଜଣାପଡ଼ିଛି।ନଭେମ୍ବର ୧୦ରେ ଏହି ପ୍ରତିଯୋଗିତାର ଫାଇନାଲ୍‌ ରାଉଣ୍ଡ ଅନୁଷ୍ଠିତ ହେବ। ଏଥିରେ ବଲିଉଡ୍‌ ଅଭିନେତ୍ରୀ ଜରୀନ୍ ଖାନ୍‌ ବିଚାରକ ଭାବେ ଯୋଗଦେବେ। ଯେଉଁ ପ୍ରତିଯୋଗୀ ଏହି ଫାଇନାଲ୍‌ ରାଉଣ୍ଡରେ ସିଲେକ୍ଟ ହେବେ ସେମାନଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସହ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ମିଳିବ। ଏହି ପ୍ରତିଯୋଗିତାର ନିର୍ଦ୍ଦେଶକ ଅଛନ୍ତି ଶାନ୍ତନୁ କୁମାର ସିଆ।