ଓଡିଆନ୍ ନ୍ୟୁଜ

16

ସୁନ୍ଦବନରେ ଲ୍ୟାଣ୍ଡ୍‌ଫଲ୍‌ କରିବ ‘ବୁଲ୍‌ବୁଲ୍’

Team Odian News |

ସୁନ୍ଦବନରେ ଲ୍ୟାଣ୍ଡ୍‌ଫଲ୍‌ କରିବ ‘ବୁଲ୍‌ବୁଲ୍’

ନୂଆଦିଲ୍ଲୀ/ଭୁବନେଶ୍ୱର: ”ବାତ୍ୟା ‘ବୁଲ୍‌ବୁଲ୍’ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଅତିକ୍ରମ କରିବ। ଏହା ସାଗରଦ୍ୱୀପ (ପଶ୍ଚିମବଙ୍ଗ) ଓ ଖେପୁପରା (ବାଂଲାଦେଶ) ମଧ୍ୟରେ ସୁନ୍ଦବନ ଉପରେ ହିଁ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦-୧୨୦ ରହିପାରେ।” ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆହଜି ଏହି ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, ‘ବୁଲ୍‌ବୁଲ୍’ ପାରାଦୀପ ଠାରୁ ଆଜି ସକାଳେ ୩୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ଥିଲା। ଏହା ଘଣ୍ଟାପ୍ରତି ୧୨ କି.ମି. ବେଗରେ ଉତ୍ତର ଦିଗକୁ ଗତି କରୁଛି। କାଲି ସକାଳ ସୁଦ୍ଧା ଏହା ଉତ୍ତର ଦିଗକୁ ଗତି କରିବ। ଏହାପରେ ଉତ୍ତର-ପୂର୍ବ ଦିଗକୁ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇବ। ’

‘ବର୍ତ୍ତମାନ ଉପକୂଳ ଓଡ଼ିଶାରେ  ପବନର ବେଗ ଘଣ୍ଟାପ୍ରତି ୩୫ କି.ମି. ରୁ ୪୫ କି.ମି. ମଧ୍ୟରେ ରହିଛି। ଏହା ଧୀରେ ଧୀରେ ବୃଦ୍ଧି ପାଇ କାଳି ସକାଳେ ପବନର ବେଗ ୫୫ ରୁ ୭୫ କି.ମି. ମଧ୍ୟରେ ରହିପାରେ। ତେବେ ଦ୍ୱିପ୍ରହରରୁ ସନ୍ଧ୍ୟା ମଧ୍ୟରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟାପ୍ରତି ୭୦ କି.ମି.ରୁ ୯୦ କି.ମି. ମଧ୍ୟରେ ରହିପାରେ। ଏହା (ପବନର ବେଗ) କେବଳ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ବୃଦ୍ଧି ପାଇପାରେ’ ବୋଲି ଆଇଏମ୍‌ଡି ଡିଜି ସୂଚନା ଦେଇ କହିଛନ୍ତି।