ଓଡିଆନ୍ ନ୍ୟୁଜ

16

ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ଅଗ୍ନିଶମ ବାହିନୀ ସଜାଗ

Team Odian News |

ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ଅଗ୍ନିଶମ ବାହିନୀ ସଜାଗ

ଭୁବନେଶ୍ୱର: ଯଦିଓ ବାତ୍ୟା ‘ବୁଲ୍‌ବୁଲ୍’ ଓଡ଼ିଶା ଛୁଇଁବାର ସମ୍ଭାବନା ନାହିଁ, ହେଲେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିପାରେ। ଏନେଇ ପାଣିପାଗ ବିଭାଗ ଆକଳନ କରିଛି।

ଅନ୍ୟପକ୍ଷରେ ‘ବୁଲ୍‌ବୁଲ୍‌’ ପ୍ରଭାବରେ ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ପାରାଦୀପରେ ଆଜି ସକାଳୁ ସକାଳୁ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି।

ବାତ୍ୟା ‘ବୁଲ୍‌ବୁଲ୍‌’ର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତ କରାଯାଇଛି। ବାଲେଶ୍ୱର ଜିଲ୍ଲା ପ୍ରଶାସନ ମଧ୍ୟ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି। ବ୍ଲକ୍‌ ସ୍ତରୀୟ ଅଧିକାରୀଙ୍କ ସହ ଜିଲ୍ଲାପାଳ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ମୁଖ୍ୟତଃ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବାହିନୀ ଉପରେ ଗୁରୁତ୍ୱ ଦିଆଯାଇଛି। ସମସ୍ତ ଲୋକଙ୍କୁ ଆଲର୍ଟ ରହିବା ପାଇଁ ପରାମର୍ଶ ଦିଆଯାଇଛି। ବାଲେଶ୍ୱର ଜିଲ୍ଲାରେ ଗୋଟିଏ ଓଡ୍ରାଫ୍‌ ଟିମ୍‌ ଓ ୫ଟି ଏନ୍‌ଡିଆର୍‌ଫ୍‌ ଟିମ୍‌କୁ ମୁତୟନ କରାଯାଇଛି। ଏଥିସହ ଅଗ୍ନିଶମ ବାହିନୀ ମଧ୍ୟ ସଜାଗ ରହିଛି। ସେପଟେ ଭଦ୍ରକରେ ୨ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚିଛନ୍ତି।

ଖାଲି ବାଲେଶ୍ୱର, ଭଦ୍ରକ ନୁହେଁ ଜଗତସିଂହପୁରରେ ମଧ୍ୟ ଏନ୍‌ଡିଆର୍‌ଫ୍‌ ଟିମ୍‌ ପହଞ୍ଚିଛନ୍ତି। ଏନ୍‌ଡିଆର୍‌ଫ୍‌ ଇନ୍ସପେକ୍ଟର ଚଣ୍ଡେଶ୍ୱର ପ୍ରସାଦଙ୍କ ନେତୃତ୍ୱରେ ୨୫ଜଣିଆ ଟିମ୍ ଜଗତସିଂହପୁରରେ ପହଞ୍ଚିଛନ୍ତି। ଏଥିସହ ଜିଲ୍ଲାରେ ଥିବା ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।