ଓଡିଆନ୍ ନ୍ୟୁଜ

41

ବାତ୍ୟା ସମୟରେ ଗର୍ଭବତୀଙ୍କୁ ସାହା ହେଲେ ଅଗ୍ନିଶମ କର୍ମଚାରୀ

Team Odian News |

ବାତ୍ୟା ସମୟରେ ଗର୍ଭବତୀଙ୍କୁ ସାହା ହେଲେ ଅଗ୍ନିଶମ କର୍ମଚାରୀ

ରାଜକନିକା: ରାଜକନିକା ବ୍ଲକ୍ରେ ଶନିବାର ସକାଳୁ ସକାଳୁ ‘ବୁଲବୁଲ’ ପ୍ରଭାବରେ ବର୍ଷା ଓ ପବନ ସମୟରେ ଜଣେ ଗର୍ଭବତୀ ମହିଳାଙ୍କୁ ଘରୁ ଉଦ୍ଧାର କରି ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଚାଇଛନ୍ତି । ଘଟଣାରୁ ଜଣାପଡ଼ିଛିଯେ, ରାଜକନିକା ବ୍ଲକ୍ ଗିରୀୟା ଗ୍ରାମର ସୁଶ୍ରୀ ସଙ୍ଗିତା ମିଶ୍ର ଘରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଘର ଲୋକମାନେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ୍ୟ କେନ୍ଦ୍ରରେ ପହଚାଇବା ପାଇଁ କୌଣସି ଉପାୟ ପାଇପାରି ନଥିଲେ । ଶେଷରେ ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଗିରୀୟା ଗ୍ରାମରେ ପଂହଚି ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ପହଚାଇଥିଲେ ।