ଓଡିଆନ୍ ନ୍ୟୁଜ

40

ଆସନ୍ତା ବର୍ଷ ପ୍ରାରମ୍ଭରୁ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇପାରେ

Team Odian News |

ନୂଆଦିଲ୍ଲୀ: ଆସନ୍ତା ବର୍ଷ ମକର ସଂକ୍ରାନ୍ତିରୁ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇପାରେ। ସୁପ୍ରିମ୍‌ କୋର୍ଟଙ୍କ ଆଦେଶ ଅନୁସାରେ, ଏଥିପାଇଁ ସରକାର ତୁରନ୍ତଟ୍ରଷ୍ଟ ଗଠନ କରିବେ ଓ ସମସ୍ତଙ୍କ ମଧ୍ୟରେ ସମନ୍ଵୟତା ରକ୍ଷାପୂର୍ବକ ବିଶାଳ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ତ୍ୱରାନ୍ଵିତ କରିବେ।
ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ କହିଛନ୍ତି: ଏହି ପ୍ରକଳ୍ପ ଆରମ୍ଭ କରିବାକୁ ସଂକ୍ରାନ୍ତି ପବିତ୍ର ଦିନ। ଆମେ ଆଶା କରୁଛୁ ସେ ସମୟ ଭିତରେ ସରକାର ଔପଚାରିକତା ଶେଷ କରିଥିବେ। ବିଶ୍ୱ ହିନ୍ଦୁ ପରିଷଦ ରବିବାର ଦିନ କହିଛି ଯେ ସେମାନଙ୍କ ଅନୁରୋଧ କ୍ରମେ ସ୍ଥପତି ଚନ୍ଦ୍ରକାନ୍ତ ସୋମପୁରା ପ୍ରସ୍ତୁତ କରିଥିବା ନକ୍ସା ଅନୁସାରେ ମନ୍ଦିର ନିର୍ମାଣ କରାଯାଉ। ତତ୍‌କାଳୀନ ବିଶ୍ୱହିନ୍ଦୁ ପରିଷଦ୍‌ ମୁଖ୍ୟ ଅଶୋକ ସିଙ୍ଘଲ ୧୯୮୯ ମସିହାରେ ଖ୍ୟାତନାମା ସ୍ଥପତିଙ୍କୁ ଏହି ନକ୍ସା ପ୍ରସ୍ତୁତ କରିବାକୁ କହିଥିଲେ। ଏହାକୁ ସମଗ୍ର ଦେଶର ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ବିଶ୍ୱ ହିନ୍ଦୁ ପରିଷଦ୍‌ କାର୍ଯ୍ୟକର୍ତ୍ତାଙ୍କ କହିବା ଅନୁସାରେ, ମନ୍ଦିର ଲାଗି ପଥର ଖୋଦେଇ ଓ ସ୍ତମ୍ଭ ନିର୍ମାଣ ଅନେକ ଆଗେଇ ଯାଇଛି। ଏଗୁଡ଼ିକୁ ମନ୍ଦିର ନିର୍ମାଣରେ ବ୍ୟବହାର କରାଯିବା ଉଚିତ।