ଓଡିଆନ୍ ନ୍ୟୁଜ

29

ଆଜି ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

Team Odian News |

ପୁରୀ :  ଆଜି ପୂର୍ଣ୍ଣିମାରେ ପଞ୍ଚକ ଶେଷ ହେବା ସାଙ୍ଗକୁ ସରିଯିବ ଧର୍ମ ମାସ କାର୍ତ୍ତିକ।  ଆଜି ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ମହୋଦଧି ଓ ପଞ୍ଚତୀର୍ଥରେ ସ୍ନାନପୂର୍ବକ ଧର୍ମଡଙ୍ଗା ଭସାଇ ମହାପ୍ରଭୁଙ୍କୁ ରାଜରାଜେଶ୍ୱର ବେଶରେ ଦର୍ଶନ କରିବେ ଲକ୍ଷାଧିକ ଶ୍ରଦ୍ଧାଳୁ ।ହବିଷ୍ୟାଳୀଙ୍କ ବ୍ରତ ମଧ୍ୟ ଆଜିଠାରୁ ସରୁଛି । ଗତକାଲି ରତ୍ନସିଂହାସନରେ ଲକ୍ଷ୍ମୀ ନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମହାପ୍ରଭୁ । ଏଥିପାଇଁ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବେ । ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ସୁରକ୍ଷା ଦୃଷ୍ଟିରେ ପୁରୀରେ ୪୦ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।