ଓଡିଆନ୍ ନ୍ୟୁଜ

116

ଏଫ୍ଟିଆଇଆଇର ନୂଆ ଅଧ୍ୟକ୍ଷ ଅନୁପମ

Team Odian News |

ଏଫ୍ଟିଆଇଆଇର ନୂଆ ଅଧ୍ୟକ୍ଷ ଅନୁପମ
ମୁମ୍ବାଇ,୧୨/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ଅଲିଉଡ଼ ଜଗତର ଜଣଶୁଣା ପୁରୁଖା କଳାକାର ହେଉଛନ୍ତି ଅନୁପମ୍ ଖେର । ତାଙ୍କୁ ଯେଉଁ ଚରିତ୍ର ଦେଲେବି ଖୁବ ନିଖୁଣ ଭାବରେ ସେ ନିଭାଇଥାନ୍ତି  । ଏହା ସହ ରାଜନୀତି ଓ ସମଜାସେବାରେ ମଧ୍ୟ ତାଙ୍କର କିଛି କିଛି ଯୋଗଦାନ ରହିଛି । ହେଲେ ସେ ଏବେ ଆଉ ଏକ ସଫଳତାର ପାହଚ ଚଢିଛନ୍ତି । ପୁଣେଠାରେ ଥିବା “ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍‍ ଇଣ୍ଡିଆ” (ଏଫ୍‍ଟିଆଇଆଇ)ର ନୂଆ ଅଧ୍ୟକ୍ଷଭାବେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନିଯୁକ୍ତି ଦିଆଯାଇଥିବାର ସୂଚନା ଦିଆଯାଇଛି  । ଅନୁପମଙ୍କ ପୂର୍ବରୁ ଏହି ପଦବିରେ ଗଜେନ୍ଦ୍ର ଚୌହାନ୍ ରହିଥିଲେ । ଏଫ୍ଟିଆଇଆଇ ଭଳି ସଂସ୍ଥାରେ ନିଯୁକ୍ତି ପାଇବା ସମ୍ମାନ ଓ ଖୁସିର କଥା ବୋଲି ଅନୁପମ କହିଛନ୍ତି । ଏହାସହ ସମ୍ପୁର୍ଣ୍ଣ ଦକ୍ଷତାର ସହ ନିଜ ଦାୟିତ୍ୱ ତୁଲାଇବେ ବୋଲି ସେ କହିଛନ୍ତି । ୧୯୫୫ ମସିହା ମାର୍ଚ୍ଚ ୭ତାରିଖରେ ହିମାଚଳ ପ୍ରଦେଶ ଶିମ୍ଲା ଠାରେ ଜନ୍ମଗ୍ରହଣ କରିଥିବା ଅନୁପମ ଦିଲ୍ଲୀ ନ୍ୟାସନାଲ୍ ସ୍କୁଲ ଅଫ୍ ଡ୍ରାମାରୁ ସ୍ନାତକ ଡ଼ିଗ୍ରୀ ହାସଲ କରିଛନ୍ତି । ଏହାସହ ୫୦୦ରୁ ଅଧିକ ଫିଲ୍ମରେ ଅଭିନୟ ମଧ୍ୟ କରିସାରିଛନ୍ତି । ୨୦୦୪ରେ ପଦ୍ମଶ୍ରୀ ଏବଂ ୨୦୧୬ରେ ପଦ୍ମଭୂଷଣ ସମ୍ମାନରେ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି । ଅନୁପମଙ୍କ ନିଯୁକ୍ତି କଖର ମିଳିବା ପରେ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି ।