ଓଡିଆନ୍ ନ୍ୟୁଜ

105

ଅଚଳ ହୋଇପଡ଼ିଛି ପଠାଣିସାମନ୍ତ ପ୍ଲାନେଟୋରିୟମ

Team Odian News |

ଅଚଳ ହୋଇପଡ଼ିଛି ପଠାଣିସାମନ୍ତ ପ୍ଲାନେଟୋରିୟମ
ଭୁବନେଶ୍ୱର,୧୨/୧୦(ଓଡ଼ିଆନ୍‍ ନ୍ୟୁଜ୍‍):ଗୋଟିଏ ପଟେ ଗତମାସରେ ରାଜ୍ୟରେ ଦ୍ୱିତୀୟ ପ୍ଲାନେଟୋରିୟମ ଖୋଲିବା ଦ୍ୱାରା ରାଜ୍ୟବାସୀଙ୍କୁ ଯେତିକି ଖୁସି ଦେଇଛି ତାଠାରୁ ଅଧିକ ନିରାସ କରୁଛି  ପ୍ରଥମ ପ୍ଲାନେଟୋରିୟମ ବା ପଠାଣି ସାମନ୍ତ ପ୍ଲାନେଟୋରିୟମର  ଅବ୍ୟବସ୍ଥା । ରାଜଧାନୀରେ ଛାତି ଉପରେ ରହିଥିବା ଏହି ପ୍ଲାନେଟୋରିୟମଟି  ଦିନକୁ ଦିନ ଖରାପ ଆଡ଼କୁ ଗତିକରୁଥିବା ବେଳେ ଏବେ  ପରିସ୍ଥିତି ଆହୁରି ଜଟିଳ ହୋଇ ପଡ଼ିଛି  ସପ୍ଟୱେର ସମସ୍ୟା ପାଇଁ ପ୍ରାୟ ଏକ ସପ୍ତାହ ହେବ ପ୍ଲାନେଟୋରିୟମ ବନ୍ଦ ହୋଇଛି ପଡ଼ିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଥିବା ପର୍ଯ୍ୟଟକମାନେ ଦରୱାନର ନାଁ ଶୁଣି ନିରାସ ହୋଇ ଫାଟକ ପାଖରୁ ଫେରୁଛନ୍ତି । ଗତ ଶୁକ୍ରବାର ଅର୍ଥାତ ୬ତାରିଖ ଦିନ ଏଠାରେ ପ୍ରଥମ ଶୋ ଚାଲିଥିବାବେଳେ ସପ୍ଟୱେରରେ କିଛି ସମସ୍ୟା ଦେଖାଯାଇଥିଲା ପରେ ଏହାକୁ ସଜଡ଼ା ପାଇଁ କତୃପକ୍ଷ ଚେଷ୍ଟାକରିଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇପାରିନାହିଁ । ଏହାକୁ ସଜାଡ଼ିକା ପାଇଁ ଆମେରିକାରୁ ଇଞ୍ଜିନିୟର ଆସିବେ ବୋଲି ଜଣାପଡ଼ିଛି । ୨୦୧୨ ମସିହାରେ  ଆମେରିକାର ଇଭାନ୍ସ ସଦରଲ୍ୟାଣ୍ଡ ନାମକ ସପ୍ଟୱେର ଡ଼େଭେଲପମେଣ୍ଟଣ୍ଟ କମ୍ପାନୀ ଏହି ସଫ୍ଟୱେର ତିଆରି କରିଥିଲା । ଏହି ସଫ୍ଟୱେରକୁ ବୁର୍ଲାରେ ନୂଆକୋରି ଖୋଲିଥିବା ଏପିଜେ ଅବଦୁଲ କାଲାମ ଓ ଭୁବନେଶ୍ୱରର ପଠାଣିସାମନ୍ତ ପ୍ଲାନେଟୋରିୟମର କମ୍ପ୍ୟୁଟରରେ ଇନଷ୍ଟଲ କରାଯାଇଛି । ଏହାପୂର୍ବରୁ ମଧ୍ୟ ସଫ୍ଟୱେର ଖରାପ ହୋଇଥିବାରୁ କମ୍ପାନୀ ତରଫରୁ ଏହାକୁ ଅନଲାଇନରେ ମରାମତି କରାଯାଇଥିଲା । ଏହାସହ କମ୍ପାନୀ ସପ୍ଟୱେର ମେଣ୍ଟେନାସ ପାଇଁ ୧୮ଲକ୍ଷ ଟଙ୍କା ନେବା ପାଇଁ ଚୁକ୍ତି କରିଥିବା ବେଳେ ଚଳିତ ବର୍ଷ ଜୁନ ସୁଦ୍ଧା କମ୍ପାନୀକୁ ଟଙ୍କା ଦେବାର ଥିଲା ହେଲେ ଦିଆ ନଯାଇଥିବାରୁ କମ୍ପାନୀ ସପ୍ଟ୍ଟୱେର ସଜାଡ଼ିବା  ପାଇଁ ସମୟ ଗଡ଼ାଇ ଚାଲିଛି  । ଅନ୍ୟପକ୍ଷରେ ପ୍ଲାନେଟୋରିୟମ କତୃପକ୍ଷ କମ୍ପାନୀକୁ ଖୁବୁ ଶୀଘ୍ର ଟଙ୍କା ଯୋଗାଇ ଦେବା ପଇଁ ପ୍ରତିଶୃତି ଦେଇଥିବାର ଜଣାପଡ଼ିଛି ।