ଓଡିଆନ୍ ନ୍ୟୁଜ

53

ଶିଶୁ ଦିବସରେ ସମ୍ବାବନାର ନିଆରା ପ୍ରୟାସ: ରକ୍ତଦାତା ମାନଙ୍କୁ ଚାରା ଉପହାର

Team Odian News |

ଶିଶୁ ଦିବସରେ ସମ୍ବାବନାର ନିଆରା ପ୍ରୟାସ: ରକ୍ତଦାତା ମାନଙ୍କୁ ଚାରା ଉପହାର 
ରାଜକନିକା,: ପ୍ରତ୍ୟେକ ଶିଶୁ ସମାଜ ପାଇଁ ବେଶ ମହତ୍ୱ ରଖୁଥିବା ବେଳେ ଆଜି ଚାଚା ନେହେରୁଙ୍କ ଜନ୍ମଦିନ ଶିଶୁଦିବସ ଅବସରରେ ରାଜକନିକାର ସ୍ୱେଚ୍ଛାସେବୀ ସଂଗଠନ ସମ୍ଭାବନା ପକ୍ଷରୁ ରକ୍ତଦାନ ପରବ ଅନୁଷ୍ଠିତ ହୋଇଯାଇଛି  । ଆଜିର ଏହି ରକ୍ତଦାନ ଶିବିରରେ ୧୦୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ସମ୍ଭାବନା ପରିବାର ଆଜିର ରକ୍ତଦାନ ପରବ ଆୟୋଜନ କରି କନିକାର ବିଭିନ୍ନବର୍ଗର ବ୍ୟକ୍ତିଙ୍କୁ ନିଜ ପରିସରରେ ଏକାଠି କରିଥିଲା ।  ସମ୍ଭାବନା ଆଜିର କାର୍ଯ୍ୟକ୍ରମକୁ ପଂଚାୟତ ସମିତି ଅଧ୍ୟକ୍ଷା ସାବିତ୍ରୀ ଦାସ ଉଦଘାଟନ କରିବା ପରେ କଟକ ରେଡକ୍ରସ ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା । ସମ୍ଭାବନା ପରିସରରେ ଆଜି ପୁର୍ବାହ୍ନ ୧୦ରୁ ଆରମ୍ଭ ହୋଇଥିବା ଏହି ପରବରେ ବ୍ରଜବନ୍ଧୁ ବିଦ୍ୟାପୀଠ,ଏସଏନକଲେଜର ଛାତ୍ରଛାତ୍ରୀ ସ୍ୱତଃ ସାମିଲ ହୋଇଥିଲେ । ଆଜିର ରକ୍ତଦାନରେ ମୁଖ୍ୟତଃ ଯୁବବର୍ଗଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ କାଟଣା ଠାରୁ କଣ୍ଡିିଆ ଯାଏ କନିକାର ସମସ୍ତପ୍ରାନ୍ତରୁ ସ୍ୱେଚ୍ଛାକୃତ ରକ୍ତଦାନ କରିବା ପାଇଁ ଭିଡ କରିବା ଦେଖିବାକୁ ମିଳିଥିଲା । ବଳକା କିମ୍ବା ଅଦରକାରୀ ନୁହେଁ ରକ୍ତଦାନର ମହତ୍ୱ ଏବଂ ଗୁରୁତ୍ୱକୁ ବୁଝିଥିବା ସମସ୍ତ ରକ୍ତଦାତାଙ୍କୁ ସବୁଜ ଆହ୍ୱାନର  ବାର୍ତାସ୍ୱରୂପ ସମସ୍ତ ରକ୍ତଦାତା ମାନଙ୍କୁ ଛୋଟ ଚୋଟ ଶିଶୁ ମାନଙ୍କ ହାତରୁ ଚାରାଟିଏ ଉପହାର ଦେଇଥିବା ସମ୍ଭାବନାର ଏଭଳି ପ୍ରୟାସକୁ ସବୁସ୍ତରରେ ସାଧୁବାଦ ଜ୍ଞାପନ କରାଯାଇଛି ।