ଓଡିଆନ୍ ନ୍ୟୁଜ

99

ଭିତରକନିକାରେ ବିରଳ ଧଳା କୁମ୍ଭୀର ଛୁଆ

Team Odian News |

ଭିତରକନିକାରେ ବିରଳ ଧଳା କୁମ୍ଭୀର ଛୁଆ
କେନ୍ଦ୍ରାପଡ଼ା,୧୨/୧୦( ଓଡ଼ିଆନ୍‍ ନ୍ୟୁଜ୍‍):ଭିତରକନିକାରେ ବୁଧବାର ଧଳାରଙ୍ଗ କୁମ୍ଭୀରର ସନ୍ଧାନ ମିଳିଥିବା ବେଳେ ତାକୁ ଡ଼ାଙ୍ଗମାଳରେ ରହିଥିବା ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ରଖାଯାଇ ତାର ଯତ୍ନ ନିଆଯାଉଛି । ଉଦ୍ଧାର ହୋଇଥିବା କୁମ୍ଭୀରଟି ଅଢେଇମାସର ହୋଇଥିବା ବେଳେ ଏହା ଏକ ବିରଳ ପ୍ରଜାତିର ବୋଲି ଜଣାପଡ଼ିଛି । ଏହାକୁ ଦେଖେବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ି ମଧ୍ୟ ବେଶ ଜମୁଛି । ଚଳିତବର୍ଷ କୁମ୍ଭୀର ପ୍ରଜନନ ଋତୁରେ ଭିତରକନିକାର ଗଞ୍ଜେଇଖିଆରେ କୁମ୍ଭୀର ଅଣ୍ଡାବସା ଜୁଆର ମାଡ଼ରେ ନଷ୍ଟ  ହୋଇଯାଇଥିବା ବେଳେ ବନବିଭାଗ ପକ୍ଷରୁ ସେହି ବସାରୁ ୫୮ଟି ଅଣ୍ଡା ସଂଗ୍ରହ କରାଯାଇଥିଲା । ସେହି ସମସ୍ତ ଅଣ୍ଡାକୁ ଉଦ୍ଧାର କରାଯାଇ ଡ଼ାଙ୍ଗମାଳ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ଖରଖରି ପତ୍ର ଘୋଡ଼ାଯାଇଥିଲା ଅଗଷ୍ଟମାସରେ ଏହି ଅଣ୍ଡାରୁ ୩୨ଟି ଛୁଆ ବାହାରିଥିଲେ । ଛୁଆଗୁଡ଼ିକ ଛୋଟ ଥିବାରୁ ସେମାନଙ୍କ ରଙ୍ଗ ଧଳା କି କଳା ଜଣା ପଡ଼ିନଥିଲା । ହେଲେ ଏବେ ସେଗୁଡ଼ିକ ବଡ଼ ହେବା ପରେ ଧଳା କୁମ୍ଭୀର ଛୁଆ ଜଣାପଡ଼ିଥିଲା । ଏହି କୁମ୍ଭୀରଟିର ବିଶେଷ ଯତ୍ନ ନିଆଯାଉଛି । ପୂର୍ବରୁ ଭିତରକନିକାରେ ଧଳା କୁମ୍ଭୀର ଗୋରୀ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା  ।