ଓଡିଆନ୍ ନ୍ୟୁଜ

23

ଟ୍ରକକୁ ଧକ୍କା ଦେଲା ବସ୍‌

Team Odian News |

ଜୟପୁର:ରାଜସ୍ତାନର ବୀକାନେର ଜିଲ୍ଲାରେ ଆଜି ଏକ ବଡ ଧରଣର ସଡ଼କ ଦୁର୍ଘଟଣା ଘଟି ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୨୦ରୁ ୨୫ ଲୋକ ଆହତ ହୋଇଥିବା ଜଣାଯାଇଛି। ଶ୍ରୀ ଡୁଙ୍ଗରଗଡ଼ ନିକଟ ଜାତୀୟ ରାଜପଥ ଉପରେ ଏକ ଟ୍ୟୁରିଷ୍ଟ ବସ୍ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।ଆଜି ସକାଳେ ବିକାନୀର ଜିଲ୍ଲା ଶ୍ରୀଡୁଙ୍ଗରଗଡ ଦେଇ ଯାଇଥିବା ୧୧ନମ୍ବର ଜାତୀୟ ରାଜପଥରେ ଏକ ବସ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ସେତେବେ. ଉଭୟ ବସ ଓ ଟ୍ରକର ବେଗ ଅଧିକ ଥିବା କୁହାଯାଉଛି। ଉଭୟ ବସ ଓ ଟ୍ରକ ରାସ୍ତା ଉପରେ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୧୦ଜଣ ବସଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି ।