ଓଡିଆନ୍ ନ୍ୟୁଜ

23

ଆଜି ସୋନିଆ ଗାନ୍ଧୀଙ୍କୁ ଭେଟିବେ ଶରଦ ପାୱାର

Team Odian News |

ନୂଆଦିଲ୍ଲୀ:ମହାରାଷ୍ଟ୍ରରେ ସରକାର ଗଠନ ନେଇ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟର   ହେବାର ସମ୍ଭାବନା ରହିଛି । ଆଜି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିବେ ଏନସିପି ମୁଖ୍ୟ ଶରଦ ପୱାର । ସମ୍ଭାବ୍ୟ ମେଣ୍ଟର ଚିତ୍ର ସୋନିଆ ଏବଂ ଶରଦ ପୱାରଙ୍କ ଆଲୋଚନା ପରେ ହିଁ ସ୍ପଷ୍ଟ ହେବ ।ସୋନିଆଙ୍କ ଆଗରୁ ଶରଦ ପୱାର ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ, କେସି ବେଣୁଗାପାଳ, ମଲ୍ଲିକାର୍ଜୁନ ଖାଡଗେଙ୍କୁ ଭେଟିବେ । ଯଦି ସୋନିଆ ଏବଂ ଶରଦ ପୱାରଙ୍କ ଭିତରେ ସବୁ କିଛି ଠିକ ରହେ ତେବେ ଦିନେ ଦୁଇ ଦିନ ଭିତରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଦିଲ୍ଲୀ ଆସି ପାରନ୍ତି ।ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଶିବସେନା-ଏନସିପି-କଂଗ୍ରେସ ଆଗେଇ ଆସିଛନ୍ତି। ତେବେ କିଛି ପ୍ରସଙ୍ଗରେ କଂଗ୍ରେସ ରାଜି ନହେବାରୁ ଏବେ ସରକାର ଗଢ଼ିବା ପ୍ରକ୍ରିୟା ବିଳମ୍ୱ ହୋଇଛି।