ଓଡିଆନ୍ ନ୍ୟୁଜ

20

ଆଜି ମହାପ୍ରଭୁଙ୍କ ଦର୍ଶନ ୪ଘଣ୍ଟା ବନ୍ଦ

Team Odian News |

ପୁରୀ: ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ପଇତା ଲାଗି ସେବା ଅନୁଷ୍ଠିତ ହେବ।ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ନାହିଁ ଭକ୍ତ|ବିଧି ଅନୁସାରେ ଅତ୍ୟନ୍ତ ଗୁପ୍ତଭାବେ ଏହି ସେବା ହୋଇଥାଏ । ଆଜି ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ଦଇତାପତିମାନେ ଏହି ପଇତା ଲାଗି ସେବା କରିବେ। ପଇତା ଲାଗି ସେବାକୁ ଗୁପ୍ତସେବା ବୋଲି ବି କୁହାଯାଇଥାଏ।  ତେବେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ଦେବାଦେବୀଙ୍କୁ ଦର୍ଶନ କରିପାରିବେ।