ଓଡିଆନ୍ ନ୍ୟୁଜ

22

ଦୁଇଦିନିଆ ଓଡିଶା ଗସ୍ତରେ ସୁପରଷ୍ଟାର କମଲ ହାସନ

Team Odian News |

ଭୁବନେଶ୍ୱର :  ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସାଉଥ୍‌ ଇଣ୍ଡଷ୍ଟ୍ରିର ସୁପରଷ୍ଟାର କମଲ ହାସନ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଶେଷ ଆଲୋଚନା କରିଛନ୍ତି। ସାକ୍ଷାତ ସମୟରେ ନବୀନ କମଲ ହାସନଙ୍କୁ ଏକ ତାରକସି କାମର ଉପହାର ସହିତ ଉତ୍ତରୀୟ ପ୍ରଦାନ କରିଛନ୍ତି। ଏହି  ଅବସରରେ ଉଭୟଙ୍କ ମଧ୍ୟରେ ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କମଲ ହାସନ ଭୁବନେଶ୍ୱର ଆସିଥିବାରୁ ମୁଁ ବହୁତ ଖୁସି। ତାଙ୍କ ରାଜନୈତିକ ଜୀବନ, ଫିଲ୍ମ କ୍ୟାରିୟର ସମ୍ପର୍କରେ ପଚାରି ବୁଝିଛି। ତାଙ୍କ ସଫଳ ରାଜନୈତିକ ଭବିଷ୍ୟତ କାମନା କରୁଛି। ସେହିପରି କମଲ ହାସନ କହିଛନ୍ତି, ବରିଷ୍ଠ ନେତା ଭାବେ ମୁଖ୍ୟମନ୍ତ୍ରୀଙ୍କଠାରୁ ଉପଦେଶ ସହ ଅଭିଜ୍ଞତା ଓ ପରାମର୍ଶ ନେଇଛନ୍ତି। କମଲ ହାସନ ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିବାପରେ ତାଙ୍କୁ ବିଜେଡି ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ଭୁବନେଶ୍ୱରରେ ଏକ ଘରୋଇ ବିଶ୍ୱବିଦ୍ୟାଳୟ ପକ୍ଷରୁ କମଲ ହାସନଙ୍କୁ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯିବ।