ଓଡିଆନ୍ ନ୍ୟୁଜ

25

ଶ୍ରୀମନ୍ଦିରକୁ ଗଲା ପୋଢୁଆଁ ଭାର

Team Odian News |

ପୁରୀ:   କଟକ ଜିଲ୍ଲା ନିଆଳି ବ୍ଲକ ମାଧବସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ଜଗନ୍ନାଥ ଠାକୁରଙ୍କ ମାମୁଁଘର । ଆସନ୍ତାକାଲି ପ୍ରଥମାଷ୍ଟମୀ ପଡୁଥିବାରୁ ଶ୍ରୀ ଜଗନ୍ନାଥଙ୍କ ମାମୁଁଘର ନିଆଳି ମାଧବ ମନ୍ଦିର ଚଳଚଚଂଳ । ଗତ କିଛି ବର୍ଷ ଧରି ଏହି ପ୍ରଥା ବନ୍ଦ ରହିଥିଲା । ଚଳିତ ବର୍ଷ ଠୁ ପୁଣି ଏହି ପରମ୍ପରା ଆରମ୍ଭ ହୋଇଛି । ପୋଢୁହାଁ ହେବେ ଶ୍ରୀ ଜଗନ୍ନାଥଙ୍କ ବଡ ଭାଇ ବଳଭଦ୍ର । ଅରୁନ୍ଧତୀପୁରରୁ ଶ୍ରୀକ୍ଷେତ୍ରରେ ପହଞ୍ଚିଛି ଅଷ୍ଟମୀ ଭାର । ଏହା ମହାପ୍ରଭୁ ଶ୍ରୀଜୀଉମାନଙ୍କର ମାମୁଁଘର । ତେଣୁ ଶ୍ରୀଜିଉଙ୍କ ପୋଢୁଆଁ ପାଇଁ ଆଜି ଅଷ୍ଟମୀ ଭାର  ନିଆଳି ମାଧବ ପୀଠରୁ ଶ୍ରୀକ୍ଷେତ୍ର ଯାଇଛି ।  ପୋଢୁହାଁ ଭାର ଭାବେ ଯାଇଛି ଶ୍ରୀଜୀଉ ମାନଙ୍କ ଅଙ୍ଗଲାଗି ଖଣ୍ଡୁଆ, ଅରୁଆ ଚାଉଳ, ବିରି ନଡିଆ ଗୁଡ, ପାଚିଲା କଦଳି, ଘିଅ ଓ ଗୋପାଳ ବଲ୍ଲବ ପାଇଁ ବିଭିନ୍ନ  ଫଳମୂଳ ।  ଆସନ୍ତାକାଲି ମହାପ୍ରଭୁଙ୍କ ଅବକାଶ ଓ ଧୂପରେ ପଢୁଆଁ ବସ୍ତ୍ର ଲଗି ହେବ । ଏହାପରେ  ପୁରୀ ବଡଦାଣ୍ଡରେ ମାଧବପୀଠରୁ ଯାଇ ଥିବା ପୀଠା ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯିବ ।। ଏହାପରେ ଢୋଲ ମହୁରୀ, ସଂକୀର୍ତ୍ତନ ମଣ୍ଡଳୀ ସହ ପୁରୀ ଅଭିମୁଖେ ବାହାରିଥିଲା ପୋଢୁହାଁ ଭାର । ବହୁ ଶ୍ରଦ୍ଧାଳୁ ଶୋଭାଯାତ୍ରାରେ ମାଧବଙ୍କ ପୀଠରୁ  ପଢୁଆଁ ଭାର ନେଇ ଚନ୍ଦ୍ର ମଉଳି, ଚାରିଛକ, ବାଲିଘାଇ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲେ । ସେଠାରୁ ପୁଣି ଶୋଭାଯାତ୍ରା ଯାଇ ସିଂହଦ୍ବାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ସେବକଙ୍କ ଦ୍ବାରା ପଢୁଆଁ ବସ୍ତ୍ର ଓ ସାମଗ୍ରୀ ଗ୍ରହଣ କରାଯାଇଥିଲା ।