ଓଡିଆନ୍ ନ୍ୟୁଜ

23

ଟ୍ରକ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ

Team Odian News |

ଝାରସୁଗୁଡ଼ା: ଝାରସୁଗୁଡା -ସମ୍ବଲପୁର୍-ରାଉରକେଲା ବାଇପାସ ରାସ୍ତାରେ ଟ୍ରକ ଚାପାରେ ଦଶମ ଶ୍ରେଣୀର ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଆଜି ଅପରାହ୍ନ ପ୍ରାୟ ସାଢେ ୪ଟାବେଳକୁଏହି ଦୁର୍ଘଟଣା ଘଟିଛି|ଏଚ୍‌.ପଟାପାଲି ଆର୍‌.କେ. ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରୀ ସ୍ୱପ୍ନା ଜେନା(୧୫) ସାଙ୍ଗମାନଙ୍କ ସହିତ ସାଇକେଲରେ ତାଙ୍କ ଘର ବିଟିଏମ୍‌ ସ୍ଥିତ ସୁଲଦିଆପଡ଼ାକୁ ଫେରୁଥିବା ବେଳେ ବ୍ରଜରାଜନଗର ପଟୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍‌ ପଛପଟୁ ଛାତ୍ରୀଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢିଯାଇଥିଲା।ଏଥିରେ ଅନ୍ୟ ଜଣେ ଛାତ୍ରୀ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ଏହି ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରି ଟ୍ରାଫିକ ସମସ୍ୟାକୁ ସୁଧାରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଅଡି ବସିଛନ୍ତି |