ଓଡିଆନ୍ ନ୍ୟୁଜ

25

ସୁନା ବ୍ୟବସାୟୀଙ୍କୁ ଛୁରାମାଡ

Team Odian News |

ରାଉରକେଲା : ରାଉରକେଲାରେ ସୁନା ବ୍ୟବସାୟୀଙ୍କୁ ଛୁରାମାଡ  ହୋଇଛି। ଗୁରୁତର ଅବସ୍ଥାରେ ବ୍ୟବସାୟୀ ବିନାୟକ ପ୍ରସାଦଙ୍କୁ IGH ରେ ଭର୍ତ୍ତି କରାଯାଇଛି । ବିନାୟକଙ୍କ ଶରୀରର ପାଞ୍ଚଟି ସ୍ଥାନରେ ଛୁରାମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି ।ଆହତ ବ୍ୟକ୍ତିଜଣକ ହେଉଛନ୍ତି ପ୍ରସାଦ ଜୁଏଲାରିର ମାଲିକ ଅନୀଲ ପ୍ରସାଦଙ୍କ ପୁତୁରା ବିନୁ ପ୍ରସାଦ।

ଗତରାତି ୧୦ଟାରେ ବିନୁ ସେକ୍ଟର୍‌ ୧୯ରେ ଥିବା ତାଙ୍କ ଦୋକାନ ବନ୍ଦ କରି ନିଜ କାର୍‌ରେ ଘରକୁ ଫେରୁଥିବା ସମୟରେ ଛୁରାମାଡ ହୋଇଛି ।  ଗୋଲଘର ନିକଟ ଗଞ୍ଜାମପଲ୍ଲୀ ନିକଟରେ ସୁନା ବ୍ୟବସୟୀଙ୍କ ଉପରେ ଛୁରାମାଡ ହୋଇଛି । ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ କରାଯାଇଥିବା ସନ୍ଦେହ କରାଯାଉଛି । ପ୍ଲାଣ୍ଟସାଇଟ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।