ଓଡିଆନ୍ ନ୍ୟୁଜ

25

ରାଜ୍ୟରେ ଦର ବୃଦ୍ଧି ପାଉଥିବା ନେଇ ବିଧାନସଭା ଗୃହରେ ସ୍ବୀକାର କରିଛନ୍ତି ମନ୍ତ୍ରୀ ।

Team Odian News |

ଭୁବନେଶ୍ୱର : ରାଜ୍ୟରେ ଗଲା କିଛି ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିଛି । ଦର ବୃଦ୍ଧି ନେଇ ଆଜି ଗୃହରେ ସ୍ୱୀକାର କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଡାଲି, ଖାଇବା ତେଲ, ଆଳୁ ଓ ପିଆଜ ଦର ବଢ଼ିଛି। ଖାଲି ରାଜ୍ୟରେ ନୁହେଁ ଏହା ଜାତୀୟ ସ୍ତରର ସମସ୍ୟା । ତେଣୁ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପଦକ୍ଷେପ ନିଆଯାଉଛି ।

ମୁଖ୍ୟତଃ ଚାଉଳ ବ୍ୟତୀତ ଅନ୍ୟ ସବୁ ସାମଗ୍ରୀ ଅନ୍ୟ ରାଜ୍ୟରୁ ଆମଦାନୀ ହେଉଛି। ତେଣୁ ପରିବହନ ଓ ଅନ୍ୟ ରାଜ୍ୟରେ ଦର ବଢ଼ିବା ଯୋଗୁଁ ଏହାର ପ୍ରଭାବ ଓଡ଼ିଶାରେ ପଡ଼ୁଛି । ସେହିପରି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ମହଜୁଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ମନ୍ତ୍ରୀ କହିଛନ୍ତି।