ଓଡିଆନ୍ ନ୍ୟୁଜ

107

ବିଜେପିରେ ଯୋଗଦେଲେ, ଲୁଲୁଙ୍କ ଝିଅ ଉପାସନା, ଭାଇ ଲଳିତେନ୍ଦୁ ।

Team Odian News |

ବିଜେପିରେ ଯୋଗଦେଲେ, ଲୁଲୁଙ୍କ ଝିଅ ଉପାସନା, ଭାଇ ଲଳିତେନ୍ଦୁ  । 
ଭୁବନେଶ୍ୱର,୧୪/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଶନିବାର ବିଜେପି ଦଳରେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ଏବଂ ଭାଇ ଲଳିତେନ୍ଦୁ ମହାପାତ୍ର  । ଏହା ସହିତ ଲୁଲୁ ସେନାର ଶହଶହ କର୍ମୀଙ୍କ ସହିତ ବହୁ ନେତା ଯୋଗଦେଇଛନ୍ତି  । କଂଗ୍ରେସର ନେତା ସତ୍ୟଜିତ ପଟ୍ଟନାୟକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି  । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସହିତ ବହୁ ଟାଣୁଆ ନେତାମାନେ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ରହିଥିଲେ  । ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ବାସଭବନରୁ ଏକ ଶୋଭାଯାତ୍ରାରେ ଆସି ଶହଶହ କର୍ମୀମାନେ  ଏହି ମିଶ୍ରଣପର୍ବରେ ସାମିଲ ହୋଇଥିଲେ  । ଆଜିର ଏହି ମିଶ୍ରଣ ପର୍ବରେ ପୁରୀ ଜିଲାର ସମସ୍ତ ବିଜେପି କର୍ମକର୍ତ୍ତାମାନେ ଯୋଗଦେଇଥିଲେ  ।