ଓଡିଆନ୍ ନ୍ୟୁଜ

24

ମୋବାଇଲ ବ୍ୟାଟେରୀ ଫାଟି ୨ ଭାଇଆହତ

Team Odian News |

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ନାଇକାଣିପାଲ୍ଲୀ ଗାଁରେ ମୋବାଇଲ ବ୍ୟାଟେରୀ ଫାଟି ୨ ଭାଇ ଗୁରୁତର। ଆଜି ଗାଁର ବସନ୍ତ ସ୍ୱାଇଁଙ୍କ ଦୁଇ ପୁଅ ମୋବାଇଲ ବ୍ୟାଟେରୀ ନେଇ ଘରେ ଖେଳୁଥିବା ବେଳେ ହଠାତ୍ ଏହା ଫାଟି ଯାଇଥିଲା। ଫଳରେ ଦୁଇ ଭାଇଙ୍କ ହାତ, ଗୋଡ ସହ ଶରୀରର ବିଭିନ୍ନ ଅଂଶରେ ଗୁରୁତର ଆଘାତ ଲାଗିଥିଲା। ପରିବାର ଲୋକେ ପ୍ରଥମେ ଦୁଇ ଭାଇଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।