ଓଡିଆନ୍ ନ୍ୟୁଜ

29

ଶ୍ରୀକ୍ଷେତ୍ରରୁ ଅଯୋଧ୍ୟା ଯାତ୍ରା କଲେ ଶ୍ରୀଜଗନ୍ନାଥ ସେନାର ସଦସ୍ୟ

Team Odian News |

ପୁରୀ :ଆଜି ସକାଳେ ପୁରୀ-ନୂଆଦିଲ୍ଲୀ ନନ୍ଦନକାନ ଏକ୍ସପ୍ରେସ ଯୋଗେଁ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ  ଶ୍ରୀକ୍ଷେତ୍ରରୁ ଅଯୋଧ୍ୟା ଯାତ୍ରା କରିଛନ୍ତି ଶ୍ରୀଜଗନ୍ନାଥ ସେନାର ସଦସ୍ୟସାଙ୍ଗରେ ନେଇଛନ୍ତି ଶ୍ରୀମନ୍ଦିରରୁ ସଂଗୃହିତ ଦୁଇଟି ଖଣ୍ତେଲାଇଟ୍ ପଥର, ମାଳ। ଏଥିସହ ସୁନି ଓ୍ୱାକଫ ବୋର୍ଡ଼ ଓ ରାମ ଜନ୍ମଭୂମି ନ୍ୟାସ କମିଟି ପାଇଁ ଏକଲକ୍ଷ ଏକଟଙ୍କାର ଦୁଇଟି ଚେକ୍ ନେଇ ଯାଇଛନ୍ତି।ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ସଂପର୍କରେ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ଐତିହାସିକ ନିଷ୍ପତ୍ତିକୁ ସ୍ୱାଗତ ଜଣାଇବା ସହ ଅଯୋଧ୍ୟାରେ ଭାଇଚାରା ପ୍ରତିଷ୍ଠା ବାର୍ତ୍ତା ନେଇ ଶ୍ରୀଜଗନ୍ନାଥ ସେନା ଯାଇଛି। ଉଭୟ ହିନ୍ଦୁ ଓ ମୁସଲିମ ପକ୍ଷରୁ ଗୋଟିଏ ଲେଖାଏଁ ଖଣ୍ତେଲାଇଟ୍ ପଥର ଓ ଏକଲକ୍ଷ ଏକ ଟଙ୍କାର ଚେକ୍ ପ୍ରଦାନ କରାଯିବ।