
ଓଡିଆନ୍ | ନ୍ୟୁଜ |

![]() |
25 |
ବାଇକ ଓ ବସ ମଧ୍ୟରେ ମୁହାଁମୁହିଁ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଦଣ୍ଡପଦର ଗାଁରେ ବାଇକ ଓ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ହୋଇଛି । ଘରୋଇ ଯାତ୍ରୀବାହୀ ବସ୍ ଅମ୍ବିକା ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଲକେବାଡି ଗାଁର ଯୁବରାଜ ପ୍ରଧାନ ।ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଶବକୁ ଜବତକରି ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତର ଖାନାକୁ ପଠାଇଛି । ଅମ୍ବିକା ବସ ବାଲିଗୁଡା ଥାନାରେ ଆତ୍ମସମର୍ପଣ କରିଛି । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।