ଓଡିଆନ୍ ନ୍ୟୁଜ

117

ମିଆଁମାରରେ ୪୫ ଭାରତୀୟ ମୃତ ୯୦ ନିଖୋଜ

Team Odian News |

ମିଆଁମାରରେ ୪୫ ଭାରତୀୟ ମୃତ ୯୦ ନିଖୋଜ
ନୂଆଦିଲ୍ଲୀ,୧୪ା୧୦( ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍‍): ମିଆଁମାର ସହ ଏହାର ପଡ଼ୋସୀ ଦେଶଗୁଡ଼ିକ ଗତ କିଛି ଦିନ ହେବ ରୋହିଙ୍ଗ୍ୟା ମୁସଲମାନମାନକୁ ନେଇ ବିଭିନ୍ନ ଚିନ୍ତାରେ ରହିଥିବା ବେଳେ ରାଜନୈତୀକ ଚର୍ଚ୍ଚାମଧ୍ୟ ସରଗରମ ରହିଥିଲା । ହେଲେ ଏହି ରୋହିଙ୍ଗ୍ୟାଙ୍କ ପାଇଁ ଅନେକ ଭାରତୀୟଙ୍କ ଜୀବନ ଯାଇଛି ଯାହାକି ମିଆଁମାରର ଜଣାଶୁଣା ନେତା ଊଙ୍ଗ ସାଙ୍ଗ ସୁ କିଙ୍କ ମୁଖପାତ୍ର ଜୋ ହିଟେଙ୍କ ଏକ ଗଣମାଧ୍ୟମ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ସେ ଏହି କାର୍ଯ୍ୟକ୍ରମରେ କହିଥିଲେ ଯେ ଗତ ଦୁଇ ସପ୍ତାହତଳେ ରାଖିନ ରାଜ୍ୟରୁ ୨୮ ହିନ୍ଦୁମାନଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ଏହାପୂର୍ବରୁ ୧୭ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ଏହାକୁ ମିସାଇ ହିନ୍ଦୁଙ୍କ ମୃତ୍ୟୁ ସଂଖ୍ୟ ୪୫ରେ ପହଁଚି ଥିବାର ଜଣାପଡ଼ିଛି । ଏହାସହ ୯୦ରୁ ଅଧିକ ହିନ୍ଦୁ ଏବେବି ନିଖୋଜ ଅଛନ୍ତି । ଏହି ଘଟଣା ପାଇଁ କିଏ ଦାୟି ପଚାରିବାରୁ ହିଟେ କହିଥିଲେ ଏଥି ପାଇଁ ରୋହିଙ୍ଗ୍ୟା ସମ୍ପ୍ରଦାୟର ଆତଙ୍କ ବାଦିମାନେ ଦାୟି । ଏହାସହ ସେ କହିଥିଲେ ଆମ ଆଞ୍ଚଳିକ ସରକାର ଏହି ସମସ୍ୟାର ସମାଧାନ ସାଙ୍ଗକୁ ସ୍ଥିତିକୁ ସୁଧାରି ବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି । ଆମେ ସେଠାରୁ ବିଷ୍ପୋରକ ଜିନିଷମାନ ଉଦ୍ଧାର କରିଛୁ । ଆଗ ଅପେକ୍ଷା ଏବେ ଆତଙ୍କ ବାଦି କାର୍ଯ୍ୟକଳାପ ସାଙ୍କକୁ ସେମାନଙ୍କ ସଂଖ୍ୟା  କମିଛି । ଆମେ ଅନେକ ଭାରତୀୟଙ୍କ ସହ ସଂପର୍କ ରଖିଛୁ କାରଣ ସେମାନଙ୍କ ମଧ୍ୟରୁ ଅନେକ ଶରଣାର୍ଥୀ ଶିବିରରେ ରହିଛନ୍ତି । ଏହାସହ ସୂତ୍ରରୁ ଜଣା ପଡ଼ିଛି ଯେ ରାଖିନ ରାଜ୍ୟର ଏହି ହତ୍ୟାକାଣ୍ଡ ପରେ ଭାରତୀୟଙ୍କ ଏକ ଛୋଟିଆ ଗୋଷ୍ଠୀ ଶ୍ରୀଲଙ୍କା ଚାଲିଯାଇଛନ୍ତି, ସରକାରଙ୍କ ତାଙ୍କ ଉପରେ ନଜର ରଖିଛନ୍ତି । ହିନ୍ଦୁମାନଙ୍କୁ ଆତଙ୍କବାଦି ସାମୁହିକ ହତ୍ୟା କରିବାପରେ ଲୋକଙ୍କ ମନରେ ଅଧିକ ଭୟ ସଂଚାରିଛି । ସାମୁହିକ କବରର ସନ୍ଧାନ ପରେ ବାଙ୍ଗଲାଦେଶ ସରକାର ଶରଣାର୍ଥୀଙ୍କୁ ନେଇ ଭୟଭିତ ହୋଇଯାଇଛନ୍ତି । ମିଆଁମାର ପୋଲିସ ଏହି ଘଟଣାର ଦିନକ ପରେ ଘୋଷଣା କରିଥିଲେ ଯେ ଦୁଇଟି ସମୂହ ସମ୍ମାଧି ସ୍ଥଳରେ ୨୮ଜଣ ଭାରତୀୟ ମହିଳା ଓ ଶିଶୁଙ୍କ ମୃତ୍ୟୁ ହୋଇଛି ଉତର ରାଖିନରେ । ସରକାର ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଉପରେ ଦୋଷ ନଦିଥିବା ବେଳେ ଅନ୍ୟ ପକ୍ଷରେ ମିଆଁମାର ବର୍ଡ଼ ପୋଲିସ ମୁଖ୍ୟ ଜୟାର ନ୍ୟନିନ କହିଛନ୍ତିଯେ ଦୁଇଟି କବର ସ୍ଥଳିରୁ ୨୦ମହିଳା ଓ ୮ଜଣ ଭାରତୀୟ ପୁରୁଷଙ୍କ ଶବ ପୋତାଯାଇଥିଲା  । ୫୦୦,୦୦୦ରୁ ଅଧିକ ମିଆଁମାରର ଅଧା ରୋହିଙ୍ଗ୍ୟା ଗତବର୍ଷ ପଡ଼ୋଶୀ ଦେଶ ବାଙ୍ଗଲାଦେଶକୁ ପଳାଇ ଯାଇଥିବା ବେଳେ  ଏହି ମାସକ ମଧ୍ୟରେ ସେମାନଙ୍କଠୁ ଅଧିକ ମିଆଁମାର ସେନା କବଳରୁ ନିଜକୁ ରକ୍ଷା କରିବା ପାଇଁ ସୀମାପାର ହୋଇଯାଇଛି ।