ଓଡିଆନ୍ ନ୍ୟୁଜ

147

ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରଣବ ମୁଖାର୍ଜୀ ଯୋଗ୍ୟ ପ୍ରାର୍ଥୀ ଥିଲେ : ମନମୋହନ

Team Odian News |

ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରଣବ ମୁଖାର୍ଜୀ ଯୋଗ୍ୟ ପ୍ରାର୍ଥୀ ଥିଲେ : ମନମୋହନ
ନୂଆଦିଲ୍ଲୀ,୧୪ା୧୦( ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍‍):ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପ୍ରଧାନମନ୍ତ୍ରୀ ପଦ ପାଇଁ ସବୁଠୁ ଭଲ ଏବଂ ଯୋଗ୍ୟ ପ୍ରାର୍ଥୀ ଥିଲେ । ହେଲେ ସେ ସମୟରେ ତାଙ୍କ ପାଖରେ କୌଣସି ବିକଳ୍ପ ନଥିଲା ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଏହାସହ ମନୋମହନ କହିଛନ୍ତି ଯେ ପ୍ରଣବ ଦା’ଙ୍କୁ ଦେଶର ସର୍ବୋଚ୍ଚ ପଦ ପାଇଁ ଚୟନ କରାନଯିବାକୁ ନେଇ ଅଭିଯୋଗ କରିବାର ତାଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଲିଖିତ ପୁସ୍ତକ ‘ଦ କୋଲେଜନ ଇୟର୍ସ’ ଉନ୍ମୋଚନ ଉତ୍ସବରେ ମନମୋହନ ଏହା କହିଛନ୍ତି । ଏହି ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ଉପସ୍ଥିତ ଥିଲେ । ସଂଯୋଗ ବଶତଃ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ ବୋଲି ମନମୋହନ କହିଥିଲେ । ଏପରିକି ମନମୋହନ କହିଥିଲେ ଯ ପ୍ରଣବ ଦା ନିଜ ଇଚ୍ଛାରେ ରାଜନେତା ହୋଇଥିଲେ; କିନ୍ତୁ ତାଙ୍କ ରାଜନେତା ହେବା ଏକ ସଂଯୋଗ ଥିଲା । ପ୍ରଣବ ମୁଖାର୍ଜୀ ରାଜନୀତିର ସବୁ କ୍ଷେତ୍ରରେ ତାଙ୍କଠାରୁ ବରିଷ୍ଠ ଥିଲେ; କିନ୍ତୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମୋତେ ବଛାଗଲା । ଏହାପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏକ ସାକ୍ଷାତକାରରେ କହିଥିଲେ ଯେ ମନମୋହନଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ସୋନିଆ ଗାନ୍ଧିଙ୍କ ନିଷ୍ପତ୍ତି ଠିକ୍‌ ଥିଲା । ମନମୋହନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସର୍ବୋତ୍କୃଷ୍ଟ ପସନ୍ଦ ଥିଲେ ।