ଓଡିଆନ୍ ନ୍ୟୁଜ

17

ଦିଲ୍ଲୀ ଏୟାରପୋର୍ଟରୁ୧୦କୋଟି ଟଙ୍କାର ହେରୋଇନ୍ ଜବତ

Team Odian News |

ନୂଆଦିଲ୍ଲୀ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ଏୟାରପୋର୍ଟରେ ପୋଲିସ୍ ୭ଜଣ ଆଫଗାନ ନାଗରିକଙ୍କୁ ଗିରଫ କରିଛି। ତାଙ୍କ ପାଖରେ ପାଖାପାଖି ୧୦କୋଟି ଟଙ୍କାର ୨୧୪କ୍ୟାପସୁଲ୍ ହେରୋଇନ୍ ଜବତ ହୋଇଛି।ଏହି ଯାତ୍ରୀ ନଭେମ୍ବର ୧୬ତାରିଖରେ ଆଫଗାନିସ୍ତାନର କନ୍ଧାରରୁ ଦିଲ୍ଲୀ ଆସିଥିଲେ।ସେମାନେ ଦିଲ୍ଲୀର ଆଇଜିଆଇ ଏୟାରପୋର୍ଟରେ ପହଞ୍ଚିବାରୁ କଷ୍ଟମ ବିଭାଗକୁ ସେମାନଙ୍କ ଉପରେ ସନ୍ଦେହ ହୋଇଥିଲା। ତାଙ୍କୁ ଧରି ଏକ୍ସ-ରେ କରାଗଲା ସେତେବେଳେ  ତାଙ୍କ ପେଟରେ କ୍ୟାପସୁଲ୍ ଭଳି ଜିନିଷ ଦେଖାଯାଇଥିଲା। କଷ୍ଟମ୍ ବିଭାଗ ତୁରନ୍ତ ପେଟରୁ କ୍ୟାପସୁଲ୍ ବାହାର କରିବାକୁ ଡାକ୍ତରଙ୍କୁ ଡକାଇଥିଲେ। ଡାକ୍ତରଙ୍କ ସହାୟତାରେ ସେମାନଙ୍କ ପେଟରୁ ୨୧୪ଟି କ୍ୟାପସୁଲ୍ ବାହାର କରାଯାଇଥିଲା। ସେହି କ୍ୟାପସୁଲରେ ହେରୋଇନ୍ ଥିବାର କଷ୍ଟମ୍ ବିଭାଗ ଦେଖିଥିଲା।