ଓଡିଆନ୍ ନ୍ୟୁଜ

14

ଡିସେମ୍ବର ୧ରୁ କୋଣାର୍କ ମହୋତ୍ସବ

Team Odian News |

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି କୋଣାର୍କ ମହୋତ୍ସବ । ପ୍ରତିଦିନ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହେବ । ଏଥିରେ ଓଡିଶୀ ସମେତ ଭାରତନାଟ୍ୟମ, କଥକ, କୁଚୁପୁଡି, ମୋହିନିଆଟ୍ଟମ ନୃତ୍ୟ ସହ ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ସାଜିବ ଇଣ୍ଡୋନେସିଆର ବାଲିକନ୍ ଦଳଗତ ନୃତ୍ୟ ।

ସେହିପରି ତନ୍ଦ୍ରଭାଗା କୂଳରେ ଆୟୋଜିତ ହେବ ବାଲୁକା କଳା।  ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସମେତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ମୋଟ ୧୨୩ ଜଣ ବାଲୁକାଶିଳ୍ପୀ ଏଥିରେ ଭାଗ ନେବେ।   ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ ।