ଓଡିଆନ୍ ନ୍ୟୁଜ

14

ଶକ୍ତି ପରୀକ୍ଷାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପାସ୍

Team Odian News |

ମୁମ୍ବାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶନିବାର ବିଧାନ ଭବନରେ ଶକ୍ତି ପରୀକ୍ଷା ଦେଇଛନ୍ତି। ଶକ୍ତି ପରୀକ୍ଷାରେ ଉଦ୍ଧବ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଛନ୍ତି। ୧୬୯ ବିଧାୟକ ଉଦ୍ଧବ ସରକାରଙ୍କ ସପକ୍ଷରେ ଭୋଟ ଦେଇଛନ୍ତି। ସରକାରଙ୍କ ବିପକ୍ଷରେ  କୌଣସି ସଦସ୍ୟ ଭୋଟ ଦେଇ ନାହାଁନ୍ତି । ଏମ୍‌ଏନ୍‌ଏସ୍‌ ବିଧାୟକଙ୍କ ସମେତ ଗୃହରେ ଉପସ୍ଥିତ ୪ ବିଧାୟକ ଭୋଟଦାନରୁ ବିରତ ରହିଥିଲେ।