ଓଡିଆନ୍ ନ୍ୟୁଜ

16

ମହିଳା ଭେଟେରନାରୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ, ନିଆଁରେ ପୋଡ଼ି ହତ୍ୟା

Team Odian News |

ହାଇଦ୍ରାବାଦ : ତେଲେଙ୍ଗାନା ର   ଜଣେ ମହିଳା ଭେଟେରନାରୀ ଡାକ୍ତରଙ୍କୁ ବଳତ୍କାର କରି ନିଆଁରେ ପୋଡ଼ି ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ପୀଡ଼ିତା ଜଣକ ଦୁଷ୍କର୍ମର ଶିକାର ହୋଇ ଜୀବନ ହାରିବା ପୂର୍ବରୁ ଶେଷ ଥର ପାଇଁ ସାନ ଭଉଣୀକୁ ଫୋନ୍ କରିଥିଲେ । ତେଲେଙ୍ଗାନାରେ କୋହରାମ । ଭେଟନାରୀ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଜାଳିଦେଲେ ଜହ୍ଲାଦ । ବୁଧବାର ଏଭଳି ଅମାନୁଷିକ କାଣ୍ଡ ଘଟିଥିବା ବେଳେ, ଏହାକୁ ନେଇ ଏବେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ମୃତ ଡାକ୍ତର ଜଣକ ବୁଧବାର ସଂଧ୍ୟାରେ ଗାଚ୍ଛିବୋଲିରେ ଥିବା ଏକ ସ୍କିନ କ୍ଲିନକ୍ କୁ ଟ୍ରିଟମେଣ୍ଟ ପାଇଁ ଯାଇଥିଲେ । ତେବେ କ୍ଲିନିକରୁ ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ସାଢ଼େ ୯ଟା ବେଳେ ଏକ ଟୋଲ୍  ପ୍ଲାଜା ନିକଟରେ ତାଙ୍କ ସ୍କୁଟି ଟାୟାର ଲିକ୍ ହୋଇଯାଇଥିଲା । ୯.୪୪ରେ ସେ ତାଙ୍କ ସାନ ଭଉଣୀ ନମ୍ବରକୁ ଫୋନ କରିଥିବା ବେଳେ, କିଛି ଅଚିହ୍ନା ଯୁବକ ତାଙ୍କୁ ଫଲୋ କରୁଥିବା କହିଥିଲେ । ଏପରିକି ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ସ୍କୁଟି ସଜାଡିବା ପାଇଁ  ଜିଦି କରିଥିଲେ । ତେଣୁ ସ୍କୁଟି ଆସିବା ଯାଏ ସାନ ଭଉଣୀଙ୍କୁ ତାଙ୍କ ସହ କଥାବାର୍ତ୍ତା ଜାରି ରଖିବା ପାଇଁ କହିଥିଲେ ପୀଡ଼ିତା ।ପରେ ରାତି ସାଢ଼େ ୧୦ଟାରେ ସାନ ଭଉଣୀ ତାଙ୍କ ନମ୍ବରକୁ ଫୋନ କରିବା ପରେ ମୋବାଇଲ ସ୍ବିଚ୍ ଅଫ୍ ଆସିଥିଲା । ପରେ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଖୋଜାଖୋଜି ଆରମ୍ଭ କରିଥିଲା ପୋଲିସ । ଶେଷରେ ଟୋଲ୍ ପ୍ଲାଜା ନିକଟରେ ଥିବା ଏକ ଅଣ୍ଡରପାସ୍ ରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ପାରିପାର୍ଶ୍ବିକ ପରିସ୍ଥିତି ଦେଖି ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇଥିବା ପୋଲିସ ସନ୍ଦେହ କରୁଛି । ତେବେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେପଟେ ଏହି ଘଟଣାକୁ ନେଇ ତେଲଙ୍ଗାନାରେ ଓକିଲମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତୁରନ୍ତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନଅପିଲ କରିଛନ୍ତି।