ଓଡିଆନ୍ ନ୍ୟୁଜ

12

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟାସୁହିରୋ ନାକାସୋନେଙ୍କ ପରଲୋକ

Team Odian News |

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟାସୁହିରୋ ନାକାସୋନେଙ୍କ ୧୦୧ ବର୍ଷରେ ପରଲୋକ ହୋଇଯାଇଛି । ୧୯୮୨ ନଭେମ୍ବରରୁ ୧୯୮୭ ମସିହା ଯାଏଁ ନାକାସୋନେ ଜାପାନର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । ନାକାସୋନେ ଟୋକିଓର ଏକ ଘରୋଇ ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ୧୯୧୮ ମସିହାରେ ଗୁମନା ରାଜ୍ୟର ତକସାକି ସହରରେ ଜନ୍ମଗ୍ରହଣ କରିଥିଲେ ।। ୨୮ ବର୍ଷ ବୟସରେ ସର୍ବକନିଷ୍ଠ ସଦସ୍ୟ ଭାବେ ସେ ଜାପାନ ପାର୍ଲାମେଂଟରେ ପ୍ରବେଶ କରିଥିଲେ | ନିଜ କାର୍ଯ୍ୟକାଳ ସମୟରେ ଜାପାନର ରାଷ୍ଟ୍ରୀୟ ରେଳବାଇ ପ୍ରଣାଳୀକୁ ଘରୋଇକରଣ କରିବା ଦିଗରେ କାମ କରିଥିଲେ ।