ଓଡିଆନ୍ ନ୍ୟୁଜ

15

ମହାରାଷ୍ଟ୍ରର ବାଚସ୍ପତି ହେଲେ କଂଗ୍ରେସ ପ୍ରାର୍ଥୀ ନାନା ପଟୋଲ

Team Odian News |

ମୁମ୍ବାଇ: ରବିବାର ଦିନ ବିଜେପି ପ୍ରାର୍ଥୀ କିଷନ କାଠୋର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବା ପରେ କଂଗ୍ରେସ ପ୍ରାର୍ଥୀ ନାନା ପଟୋଲ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ବାଚିତ ହେ|ଇଛନ୍ତି। ପ୍ରଇମେ ବାଚସ୍ପତି ପଦ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା)ର କିଶାନ କାଠୋରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ହେଲେ ସର୍ବଦଳୀୟ ବୈଠକର ନିଷ୍ପତ୍ତି କ୍ରମେ ସେ ଏଥିରୁ ଓହରି ଆସିଥିଲେ ବୋଲି ରବିବାର ସକାଳେ ଘୋଷଣା କରିଥିଲେ। ଏହାପରେ ଆଉ କେହି ପ୍ରତିଦ୍ୱନ୍ଦି ନ ଥିବାରୁ କଂଗ୍ରେସ ନେତା ନାନା ପାଟୋଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଆସନରେ ବସିଛନ୍ତି।