ଓଡିଆନ୍ ନ୍ୟୁଜ

16

ପିସି-୧୨ ବିମାନ ଦୁର୍ଘଟଣାଗ୍ରସ୍ତ

Team Odian News |

ନୂଆଦିଲ୍ଲୀ: ଦକ୍ଷିଣ ଡାକୋଟାରୁ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ପିସି-୧୨ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଶନିବାର ଅପରାହ୍ଣ ପ୍ରାୟ ୧୨: ୩୦ ମିନିଟ୍  ସମୟରେ ବିମାନଟି ସିଓ ପ୍ରପାତ ଠାରୁ ପଶ୍ଚିମକୁ ୧୪୦ ମାଇଲ୍  ଦୂର ଚେମ୍ବୁଲନ୍ ରୁ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ପ୍ରାୟ ନଅ ଜଣ ଲୋକ ପ୍ରାଣ ହରାଇଛନ୍ତି। ଦୁର୍ଘଟଣା ଯୋଗୁଁ ତିନି ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି। ତୁରନ୍ତ ସେମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା ଯୋଗାଇ ଦିଆଯାଇଛି। ପିଲାଟସ୍  ପିସି-୧୨ ବିମାନ ଆଇଡାହୋ ପ୍ରପାତ ଅଭିମୁଖେ ଯାଉଥିଲା ଏବଂ ସେଥିରେ ୧୨ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ ବୋଲି ସେଠାକାର ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।