ଓଡିଆନ୍ ନ୍ୟୁଜ

14

ଲେଡିଜ୍ ହଷ୍ଟେଲ୍‌ରୁ ଜଣେ କଲେଜ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Team Odian News |

ରାଇରଙ୍ଗପୁର: ଲେଡିଜ୍ ହଷ୍ଟେଲ୍‌ରୁ ଜଣେ କଲେଜ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତେବେ ପୁଲିସ୍‌ର ନିଷ୍କ୍ରିୟତା ଯୋଗୁ ଦୁଷ୍କର୍ମର ଶିକାର ହୋଇଥିବା ଏହି ଅଧ୍ୟାପିକା ଶେଷରେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ସଂପର୍କୀୟ ଭାଇ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଝାରପୋଖରିଆ ଥାନାରେ ଏତଲା ଦେଇଥିଲେ । ପୋଲିସ କିନ୍ତୁ କାର୍ଯ୍ୟାନୁଷ୍ଠାନ ନେଇନଥିଲା । ତଦନ୍ତରେ ଅବହେଳା ପାଇଁ ଝାରପୋଖରିଆ ଆଇଆଇସି ଶରତ ମହାଳିକଙ୍କୁ ବଦଳି କରିଛନ୍ତି । ତଦନ୍ତକାରୀ ଅଧିକାରୀ ପ୍ରଶାନ୍ତ ସ୍ବାଇଁଙ୍କୁ ନିଲମ୍ବିତ କରାଯାଇଛି । ଅଭିଯୁକ୍ତକୁ ପୋଲିସ କଟକରୁ ଗିରଫ କରି ପଚରାଉଚରା କରୁଥିବା ସୂଚନା ମିଳିଛି ।ଆଉ ଏହା ଜଣାପଡ଼ିବା ପରେ ପୁଲିସ୍ ପ୍ରଶାସନ ଅଭିଯୁକ୍ତକୁ ଗିରଫ କରିଛି।ରାଇରଙ୍ଗପୁର ମହାବିଦ୍ୟାଳୟର କଣ୍ଟ୍ରାକଚୁଆଲ ଫିଜିକ୍ସ ଅଧ୍ୟାପିକା ଥିଲେ ସେ । ରାଇରଙ୍ଗପୁର ମହାବିଦ୍ୟାଳୟ ପରିସର ଛାତ୍ରୀ ନିବାସର ରୁମ ନଂ ୮ ରେ ରହୁଥିଲେ, ରାତିରେ ଖାଇବା ପାଇଁ ଛାତ୍ରୀ ନିବାସ ମେଟ୍ରୋନ ତାଙ୍କୁ ଡାକିଥିଲେ । କବାଟ ନ ଖୋଲିବାରୁ ଏବଂ ଭିତର ପଟୁ କୌଣସି ଶବ୍ଦ ନ ଆସିବାରୁ ମେଟ୍ରୋନ ଓ କିଛି ଛାତ୍ରୀ ମିଶି କବାଟକୁ ଧକ୍କା ଦେଇ ଭିତରକୁ ପଶିଥିଲେ । ଅଧ୍ୟାପିକା ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ । ତୁରନ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଯାଇଥିଲା । ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ କରୁଛି ।