ଓଡିଆନ୍ ନ୍ୟୁଜ

12

ପୁଅ ଫୋନରେ କଥା ହୋଇ ଗାଡି ଚଳାଉଥିବା ବେଳେ ବାପାଙ୍କୁ ଦେବାକୁ ପଡିଛି ଜରିମାନା

Team Odian News |

କଟକ: ଆଜି ସାରା ରାଜ୍ୟରେ ଟ୍ରାଫିକ୍ ନିୟମ କଡ଼ାକଡ଼ି ଲାଗୁ ହେବା ପରେ କଟକରେ ମଧୁପାଟଣା ଛକରେ ଜଣେ ନାବାଳକ ବାଇକ୍‌ ଚଳାଉଥିବା ଅଭିଯୋଗରେ ତାଙ୍କ ବାପାଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। ହଜାର ନୁହେଁ କି ୨ ହଜାର ନୁହେଁ ଏକାଥରେ ୬ ହଜାର ଟଙ୍କା ଫାଇନ୍‌ ପଡ଼ିଛି। ନାବାଳକ ପୁଅ ଫୋନରେ କଥା ହୋଇ ଗାଡି ଚଳାଉଥିବା ବେଳେ ଧରିଲା ଟ୍ରାଫିକ୍ ପୁଲିସ । ଆଉ ବାପାଙ୍କୁ ଦେବାକୁ ପଡିଛି ଜରିମାନା ।ଖାନନଗର ଅଞ୍ଚଳର ଏହି ନାବାଳକ ବିନା କୌଣସି ପ୍ରମାଣରେ ଗାଡ଼ି ଚଲାଉଥିଲେ। ଖାଲି ଏତିକି ନୁହେଁ ଗାଡ଼ି ଚଲାଇବା ବେଳେ ସେ ଫୋନ୍‌ରେ କଥା ହେବା ସହ ହେଲମେଟ୍ ମଧ୍ୟ ପିନ୍ଧି ନଥିଲେ। ଫଳରେ ଏନେଇ ତାଙ୍କ ବାପାଙ୍କୁ ଡାକି ଟ୍ରାଫିକ୍‌ ପୁଲିସ୍‌ ୬ ହଜାର ଟଙ୍କା ଚାଲାଣ କାଟିଛି।