ଓଡିଆନ୍ ନ୍ୟୁଜ

139

ପୁଣି ଏକ ଲଘୁଚାପ ସମ୍ଭାବନା, ବାତ୍ୟାର ରୂପ ନେବ କି ନାହିଁ ଏଯାଏଁ ସ୍ପଷ୍ଟ ହୋଇନାହିଁ।

Team Odian News |

ପୁଣି ଏକ ଲଘୁଚାପ  ସମ୍ଭାବନା, ବାତ୍ୟାର ରୂପ ନେବ କି ନାହିଁ ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଭୁବନେଶ୍ୱର,୧୫/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ଆସନ୍ତା ୧୭ ତାରିଖରେ ପୁଣି ଏକ ଲଘୁଚାପ ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ଯୋଗୁଁ ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ଏଯାଏଁ ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ପାଣିପାଗ ଶୁଖିଲା ରହିଥିବା ବେଳେ ଆଗାମୀ ୧୭ରୁ ପାଗ କୋହଲା ରହିବା ସହ ପାଣିପାଗରେ ପରିବର୍ତ୍ତନ ଦେଖା ଦେଇପାରେ। ଚେନ୍ନାଇ ପୂର୍ବ ଉପକୂଳ ସୃଷ୍ଟି ହୋଇଥିବା ଲଘୁଚାପ ୪୮ ଘଣ୍ଟାରେ ଘୂର୍ଣ୍ଣିବଳୟରେ ପରିଣତ ହୋଇ ଓଡିଶା ଓ ଆନ୍ଧ୍ର ଆଡକୁ ମୁହାଁଇବ। ବିଶେଷ କରି ଦକ୍ଷିଣ ପୂର୍ବ ଓ ଉପକୂଳ ଓଡିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ଲଘୁଚାପ ଅବପାତର ରୂପ ନେଲା ପରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୬୫ କିମି ରହିବ। ତେବେ ଏହା ଯଦି ସମୁଦ୍ରରେ ଅଧିକ ସମୟ ଘନିଭୂତ ରୁହେ ତେବେ ବାତ୍ୟା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ । ତେଣୁ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସର୍ତକ ରହିବା ପାଇଁ ସୂଚନା ଜାରି କରାଯାଇଛି।