ଓଡିଆନ୍ ନ୍ୟୁଜ

51

ହୁ’ ହୁ’ ହୋଇ ବଢ଼ିବାରେ ଲାଗିଛିନୂଆ ପିଆଜ ଦର

Team Odian News |

ନୂଆଦିଲ୍ଲୀ : ବୁଧବାର ଦେଶର ଅଧିକାଂଶ ସ୍ଥାନରେ ପିଆଜ ଦର କିଲୋ ପିଛା ୧୩୦ ଟଙ୍କାରେ ପହଞ୍ଚିଛି। ଅତ୍ୟାବଶ୍ୟକ ସାମଗ୍ରୀ ପିଆଜର ଏଭଳି ଦରବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି। କଟକରେ ପିଆଜ ଦର  ୧୨୦ ଟଙ୍କା ରହିଛି।ଗତକାଲିଠାରୁ ଆନ୍ଧ୍ରପ୍ରଦେଶର ତାଡାପଲ୍ଲୀ ଗୁଡ଼ୁମ୍‌ ଓ କର୍ଣ୍ଣୁଲ ମଣ୍ଡିରେ ନୂଆ ଖରିଫ ପିଆଜର ପାଇକାରୀ ଦର ୯୦ ଟଙ୍କା ହୋଇ ଯାଇଛି। ସେହିଭଳି ମହାରାଷ୍ଟ୍ର ନାସିକ୍‌ ଲାସଲ୍‌ଗାଓଁ ସରକାରୀ ମଣ୍ଡିରେ ପୁରୁଣା ରବି ପିଆଜ ପାଇକାରୀ ଦର ୧୦୦ ଟଙ୍କା ହୋଇଛି। ୪ ଦିନ ପୂର୍ବେ ଆନ୍ଧ୍ରପ୍ରଦେଶରେ ପାଇକାରୀ ଦର ୭୦/୭୫ ଟଙ୍କା ଥିବା ବେଳେ ନାସିକ୍‌ରେ ପାଇକାରୀ ଦର ୯୦ ଟଙ୍କା ଥିଲା। କିନ୍ତୁ ଗତକାଲି ସବୁଠାରେ ହାଠତ୍ ୨୦/୨୫ ଟଙ୍କା ଦର ବୃଦ୍ଧି ଘଟିଛି। ଦରବୃଦ୍ଧିର କାରଣ ଉପରେ ବ୍ୟବସାୟୀମାନଙ୍କ କହିବା କଥା, ଆନ୍ଧ୍ରପ୍ରଦେଶରୁ ଅମଳ ହେଉଥିବା ନୂଆ ଖରିଫ୍ ପିଆଜ ପରିମ‌ାଣ କ୍ରମଶଃ କମି କମି ଆସୁଥିବାରୁ ଆପେ ଆପେ ଦର ବୃଦ୍ଧି ହେଉଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜୁରାଟ ଓ ମଧ୍ୟପ୍ରଦେଶରୁ ଅମଳ ହେବାକୁ ଥିବା ଖରିଫ୍ ପିଆଜ ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବାରୁ ଆନ୍ଧ୍ରପ୍ରଦେଶ ପିଆଜ ଏହି ଖାଲି ସ୍ଥାନ ପୂରଣ କରିବାକୁ ଯାଇ ଖୁବ୍‌ ଶୀଘ୍ର ସରିବାକୁ ବସିଛି। ଫଳରେ ଆନ୍ଧ୍ରପ୍ରଦେଶର ନୂଆ ପିଆଜ ଦର ହୁ’ ହୁ’ ହୋଇ ବଢ଼ିବାରେ ଲାଗିଛି। ସେଠିକାର ବଜାର ପରିସ୍ଥିତିକୁ ଦେଖି ଏବେ ଓଡ଼ିଶା ‌ବ୍ୟବସାୟୀମାନେ ପିଆଜ ବେପାର ବନ୍ଦ କରିବାକୁ ଶ୍ରେୟ ମଣିଛନ୍ତି। ବର୍ଧିତ ଦର ସାଙ୍ଗକୁ ବଜାରରେ ଖାଉଟି ଚାହିଦା କମିଥିବାରୁ ବିକ୍ରି ହ୍ରାସ ପାଉଛି ଓ ଗୋଦାମରେ ପିଆଜ ନଷ୍ଟ ହେଉଥିବାରୁ ବହୁ କ୍ଷତି ସହିବାକୁ ପଡ଼ୁଛି। ବୁଧବାର ଦେଶର ଅଧିକାଂଶ ସ୍ଥାନରେ ପିଆଜ ଦର କିଲୋ ପିଛା ୧୩୦ ଟଙ୍କାରେ ପହଞ୍ଚିଛି। ଖାଉଟି ବଜାରରୁ ପିଆଜ ଉଭାନ ହୋଇଯିବା ପରିସ୍ଥିତି ସୃଷ୍ଟି ହେବ।