ଓଡିଆନ୍ ନ୍ୟୁଜ

50

ଆଜି ଭାରତ ପାଳୁଛି ୪୦୭ ବର୍ଷ ନୌସେନା ଦିବସ

Team Odian News |

ନୂଆଦିଲ୍ଲୀ : ଆଜି ଭାରତ ପାଳୁଛି ୪୦୭ ବର୍ଷ ନୌସେନା ଦିବସ । ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ଭାରତର ନୌସେନା ଦିବସ ପାଳିତ ହୁଏ ।ବିଶାଖାପଟ୍ଟନମସ୍ଥିତ ଇଷ୍ଟର୍ନ୍ ନେଭାଲ କମାଣ୍ଡ ଆନୁକୂଲ୍ୟରେ ନେଭି ବଲ୍, ନେଭି କ୍ବିନ, ନେଭି ଫେସଟ୍ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ଭାରତ ପାକିସ୍ତାନ ଯୁଦ୍ଧ କାଳରେ ୧୯୭୧  ଡିସେମ୍ବର ୪ରେ ଭାରତୀୟ ନୌସେନା କରାଚୀ ବନ୍ଦର ଆକ୍ରମଣ କରିଥିଲା । ଆକ୍ରମଣର ସାଙ୍କେତିକ ନାମ ଥିଲା ଟ୍ରାଇଡେଣ୍ଟ । ଆକ୍ରମଣ ଯୋଗୁ  ପାକିସ୍ତାନୀ ନୌସେନାର ଡେଷ୍ଟ୍ରୟର ପିଏନ୍ଏସ୍ ଖାଇବର ଓ ମାଇନ୍ ସ୍ବିପର ପିଏନ୍ଏସ୍ ମୁହାଫିକ  ଧ୍ବଂସ ହୋଇଯାଇଥିଲା । ଏଥିରେ ୭୨୦ ପାକିସ୍ତାନୀ ନୌସୈନିକ ପ୍ରାଣ ହରାଇଥିଲେ ।ତେଣୁ ୪ ଡିସେମ୍ବର ଭାରତ ପାଇଁ ଏକ ବିଜୟ ଦିବସ ।୧୬୧୨ ସେପ୍ଟେମ୍ବର ୫ରେ ଏହା ସ୍ଥାପିତ ହୋଇଥିଲା। ଏହା ସେତେବେଳେ ବ୍ରିଟିଶ୍‌ ବଣିକଙ୍କୁ ସୁରକ୍ଷା ଦେବା କାର୍ଯ୍ୟରେ ନିୟୋଜିତଥିଲା। ପରେ ୧୭୯୩ରେ ଏହା ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ପରିଚାଳିତ ହୋଇଥିଲା। ୧୮୩୦ରେ ଏହାର ନାମ କରଣ ହିଜ୍‌ ମାଜେଷ୍ଟିସ୍‌ ଇଣ୍ଡିଆନ୍‌ ନେଭି ଭାବେ କରାଯାଇଥିଲା। ୧୯୩୪ରେ ଏହାକୁ ଦି ଇଣ୍ଡିଆନ୍‌ ରୟାଲ ନେଭି ଭାବେ ନାମକରଣ କରାଯାଇଥିଲା। ପରେ ୧୯୫୦ରେ ଏହାକୁ ଇଣ୍ଡିଆନ୍‌ ନେଭି ବା ଭାରତୀୟ ନୌସେନା ଭାବେ ନାମିତ କରାଯାଇଥିଲା। ସମ୍ପ୍ରତି ଭାରତୀୟ ନୌସେନାରେ ୬୭ ହଜାରରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ନୌସେନା ଅବଦାନ ଅତୁଳନୀୟ । ସେହିଦିନ ଠାରୁ ଭାରତରେ ନୌସେନା ଦିବସ ପାଳିତ ହୋଇ ଆସୁଛି ।