ଓଡିଆନ୍ ନ୍ୟୁଜ

51

ଭିତରକନିକାରେ ୨୫ ରୁ ୨୭ ସ୍ତନ୍ୟପାୟୀ ପ୍ରାଣୀ ଗଣନା

Team Odian News |

ରାଜନଗର,; ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ସ୍ତନ୍ୟପାୟୀ ପ୍ରାଣୀଗଣନା ଚଳିତ ମାସ ୨୫ତାରିଖରୁ ଆରମ୍ଭ ହୋଇ ୨୭ ପର୍ଯ୍ୟନ୍ତ କରାଯିବ । ଗତବର୍ଷ ଏହି ବନଖଣ୍ଡରେ ୮,୧୦୫ଟି ସ୍ତନ୍ୟପାୟୀ ପ୍ରାଣୀଙ୍କ ଗଣନା କରାଯାଇଥିଲା । କନିକା, ରାଜନଗର, ଗହିରମଥା, ମହାକାଳପଡା ଓ କୁଜଙ୍ଗ ରେଞ୍ଜରେ ଏହି ଗଣନା ତିନିଦିନ ଧରି ଚାଲିବ ବୋଲି ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି । କନିକା ରେଂଜର ଥାନପତି, ଡାଙ୍ଗମାଳ, ଭିତରକନିକା, କୃଷ୍ଣନଗର, ଅଜଗରପାଟିଆ, ବାର୍ହାପିଟା, ମହିଷାମଡା, ଶୈ÷ଳେନ୍ଦ୍ରସରାଇ ଓ କାଳୀଭଂଜଡିଆ, ରାଜନଗର ରେଂଜରେ କୃଷ୍ଣପ୍ରିୟାପୁର, ପେଣ୍ଠ, ବରୁଣେଇ, ଏକକୂଳା, ସାତଭାୟା, ବଗପାଟିଆ, କାଠୁଆଗଣ୍ଡ, ଗୁପ୍ତି, ହବାଳୀଖଟି, ଗହୀରମଥା ରେଂଜର ଶାସନପେଟା ଓ ହୁକିଟୋଲା, ମହାକାଳପଡା ରେଂଜର ଜମ୍ବୁ, ଜଗତଯୋର, ଖରିନାସୀ, ବତୀଘର, ସୁନିତୀ, କଂସାରୀଡିଆ, କୁଜଙ୍ଗ ରେଂର କୁଜଙ୍ଗ, ପାରାଦୀପ, ଷଣ୍ଢକୂଦ, ବାଲିତୁଠ, ଜାଟାଧାରତଣ୍ଡା, ରାମତରା, ହାୱାଖାନା, ବାଲିଯୋରୀ, ବନ୍ଦର ପ୍ରଭୃତି ବିଟ ଅଂଚଳରେ ଗଣନା କରାଯିବ । ପାତିମାଙ୍କଡ, ବିଲୁଆ , ମାଛରଙ୍କା ବିରାଡି, ଓଧ, ନେଉଳ, ଠେକୁଆ, ବଣବିରାଡି(କଟାସ). ଚିତା ବିରାଡି, ଝିଙ୍କ,ହରିଣ,ବନ୍ୟଘୁଷୁରୀ ପ୍ରଭୃତି ସ୍ତନ୍ୟପାୟୀ ପ୍ରଣୀ ମାନଙ୍କର ଗଣନା କରାଯିବ ବୋଲି ବନଖଣ୍ଡ ଅଧିକାରୀ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତ ।