ଓଡିଆନ୍ ନ୍ୟୁଜ

52

ବନ୍ଦ କାର ଭିତରେ ଦୁଇଟି ମୃତ ଦେହ

Team Odian News |

ନୂଆଦିଲ୍ଲୀ :  ବନ୍ଦ କାରରେ ଦୁଇଜଣଙ୍କ ମୃତ ଦେହ। ଜଣେ ପୁରୁଷ ଓ ଜଣେ ମହିଳା। କିନ୍ତୁ ନୁହନ୍ତି ସ୍ବାମୀ – ସ୍ତ୍ରୀ। ଦିଲ୍ଲୀର ରୋହଣୀ ସେକ୍ଟର-୧୫ରେ ଏକ କାର ଭିତରେ ଦୁଇଟି ମୃତ ଦେହ ଜବତ । ମୃତକ ହେଲେ ନିର୍ବାଣ ହସ୍ପିଟାଲର ମାଲିକ ଡାକ୍ତର ଓମ୍ ପ୍ରକାଶ କୁକ୍ରେଜ ଏବଂ ହସ୍ପିଟାଲ ଆଡମିନ୍‌ ଇନ୍‌ଚାର୍ଜ ସୁତ୍‌ପା ମୁଖାର୍ଜୀଙ୍କ ଶବକୁ ପୋଲିସ ଉଦ୍ଧାର କରିଛି। ଏହି ହତ୍ୟାକାଣ୍ଡର କାରଣ କଣ?  ଏ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ୬୨ ବର୍ଷ ବୟସ୍କ ଡାକ୍ତର କୁକ୍ରେଜ ଓ ସୁତ୍‌ପାଙ୍କ ମଧ୍ୟରେ ଅବୈଧ ସଂପର୍କ ଥିବା କଥା ମଧ୍ୟ କୁହାଯାଉଛି। କିନ୍ତୁ ଏହି ଘଟଣାରେ ପୋଲିସର ତଦନ୍ତ ବାଟବଣା ହୋଇଛି।ଡାକ୍ତର ଓମ୍ ପ୍ରକାଶ କୁକ୍ରେଜଙ୍କ ଛାତିରେ ୨ଟି ଏବଂ ଡାକ୍ତର ସୁତ୍‌ପାଙ୍କ ଛାତିରେ ଗୋଟିଏ ଗୁଳି​‌ ବାଜିଥିଲା।  ମୃତ ଓମ ପ୍ରକାଶଙ୍କ ଆପାର୍ଟମେଣ୍ଟର କିଛି ଦୂରରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କ ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇ ଦେଇଛି।