ଓଡିଆନ୍ ନ୍ୟୁଜ

53

ମଦ୍ୟପ ଶିକ୍ଷକ ରାସ୍ତାରେ ପିଲାଙ୍କୁ ଆଣ୍ଠେଇ ଦେଲେ

Team Odian News |

ଯାଜପୁର :ଯାଜପୁର ଜିଲ୍ଲା ସୁକିନ୍ଦା ଲେମ୍ବୋ ପଞ୍ଚାୟତ ବାଲିଆ ପ୍ରାଥମିକ ବିଦ୍ୟାଳୟର ଏହି ଶିକ୍ଷକଙ୍କ ନାଁ ମକରନ୍ଦ ମହାନ୍ତ। ଶିକ୍ଷକ ମକରନ୍ଦ ସବୁଦିନ ଭଳି ଗତକାଲି ମଧ୍ୟ କୁଆଡ଼େ ନିଶାରେ ଟଳି ଟଳି ଡେରିରେ ସ୍କୁଲ ଆସିଥିଲେ। ନିଶାରେ ଏମିତି ଥିଲେ ଯେ ନିଜ ମୋଟର ସାଇକେଲ୍‌କୁ ମଧ୍ୟ ଠିକ୍‌ରେ ରଖି ପାରି ନଥିଲେ। ଆଉ ସେତେବେଳେ ପିଲାମାନେ ସ୍କୁଲରେ ହୋହଲ୍ଲା କରୁଥିବାରୁ ସମସ୍ତଙ୍କୁ ସ୍କୁଲ ବାଉଣ୍ଡାରୀ ବାହାରକୁ ନେଇ ଆସି ଧାଡ଼ି କରି ଆଣ୍ଠେଇ ଦେଇଥିଲେ।ମାତାଲ ଅବସ୍ଥାରେ ପିଲାଙ୍କ ସହ ଫଟୋ ପୋଜ ମଧ୍ୟ ଦେଇଛନ୍ତି ଶିକ୍ଷକ।ସେ ହେଉଛନ୍ତି ସୁକିନ୍ଦା ଲେମ୍ବୋ ଗ୍ରାପ ଅନ୍ତର୍ଗତ ବାଲିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମକରନ୍ଦ ମହାନ୍ତ। ପୂର୍ବରୁ ମଧ୍ୟ ଶିକ୍ଷକ ଜଣକ ଏଭଳି ମଦ ପିଇ ସ୍କୁଲ ଆସିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି।ପୂର୍ବରୁ ମଧ୍ୟ ଉକ୍ତ ଶିକ୍ଷକ  ଏଭଳି ଅନେକ ଥର ମଦ ପିଇ ସ୍କୁଲ ଆସିବାବେଳେ ଗ୍ରାମବାସୀ ବିରୋଧ କରିଛନ୍ତି।ବଡ଼ମ୍ବାର ଗ୍ରାମବାସୀ  ଶିକ୍ଷକଙ୍କୁ ଏ ସବୁ କାର୍ଯ୍ୟରୁ ନିବୃତ୍ତ ରହିବାକୁ ଅନୁରୋଧ କରିଥିଲେ |