ଓଡିଆନ୍ ନ୍ୟୁଜ

51

ବାର୍‌ହା ମୃତଦେହ ଉଦ୍ଧାର

Team Odian News |

କେନ୍ଦ୍ରାପଡା :-ରାଜନଗର ବ୍ଲକ ଭିତରକନିକା ଜାତୀୟ ଉଦ୍ୟାନର ସୁନେଇରୂପେଇ ଜଙ୍ଗଲରୁ ବାର୍‌ହା ଶିକାର କରିବା ଅଭିଯୋଗରେ ୪ଜଣ ଶିକାରୀଙ୍କୁ ଗୁରୁବାର ଗିରଫ କରାଯାଇଛି। ସେମାନେ ହେଲେ ସ୍ଥାନୀୟ ସାତଭାୟା ପଞ୍ଚାୟତ ବଗପାଟିଆ ଗ୍ରାମର ସୁଧାଂଶୁ ମାଇତି, ସୁକାନ୍ତ ମିଶ୍ରି, ରବୀନ୍ଦ୍ର ମିଶ୍ରି, ହରିପଦ ମଣ୍ଡଳ। ବନ ବିଭାଗ କର୍ତ୍ତୃପକ୍ଷ ଶିକାରୀମାନଙ୍କୁ ଗିରଫ କରିବା ସହ ପ୍ରାୟ ୫୦ କିଗ୍ରା ଓଜନର ଏକ ବାର୍‌ହା ମୃତଦେହ ଉଦ୍ଧାର କରିଛନ୍ତି। ଏଥିସହ ଶିକାର ପାଇଁ ବ୍ୟବହୃତ ୨ଟି କଟୁରି, ୩ଟି ଫାସ, ୪ଟି ଠେଙ୍ଗା ଜବତ କରାଯାଇଛି। ଅପରାହ୍ନରେ ଗିରଫ ଶିକାରୀମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି। ଶିକାରୀମାନେ ସୁନେଇରୂପେଇ ଜଙ୍ଗଲରେ ବାର୍‌ହା ଶିକାର କରୁଥିବା ନେଇ କୌଣସି ସୂତ୍ରରୁ ଖବରପାଇ ରାଜନଗର ରେଞ୍ଜ ଅଫିସର ସୁରଜିତ କୁମାର ସାହୁ, କାଠିଆଗଣ୍ଡ ବନପାଳ ରଣଜିତ୍‌ ରାଉତ, ଅଭିରାମ ଦାସ ଏକ ଟିମ୍‌ ସହ ସେଠାରେ ପହଞ୍ଚତ୍ ଶିକାରୀମାନଙ୍କୁ ଗିରଫ କରିଥିଲେ।