ଓଡିଆନ୍ ନ୍ୟୁଜ

44

ଏନ୍କାଉଣ୍ଟରର ତଦନ୍ତ କରିବାକୁ ହାଇଦ୍ରାବାଦରେ ପହଁଚିଲେ ଜାତୀୟ ମାନବାଧିକାର କମିଶନଙ୍କ ଟିମ

Team Odian News |

ହାଇଦ୍ରାବାଦ: ହାଇଦ୍ରାବାଦ ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଗତକାଲି ଭୋରରୁ ଏନକାଉଂଟର କରାଯାଇଥିଲା ।ଏନ୍କାଉଣ୍ଟରର ତଦନ୍ତ କରିବାକୁ ହାଇଦ୍ରାବାଦରେ ପହଁଚିଲେ ଜାତୀୟ ମାନବାଧିକାର କମିଶନଙ୍କ ଟିମ୍ । ଏହି ଟିମ୍ ଏନକାଉଂଟର ସ୍ଥଳକୁ ଯାଇ ଅଧିକ ତଦନ୍ତ କରିବେ । ଏହାପରେ ଜାତୀୟ ମାନବାଧିକାର କମିଶନର ସଦସ୍ୟ ଅଭିଯୁକ୍ତଙ୍କ ମୃତଦେହ ରଖାଯାଇଥିବା ମେହବୁବନଗର ହସ୍ପିଟାଲକୁ ବି ଗସ୍ତ କରିବେ ।  ସେପଟେ ଏହି ମାମଲାରେ ମୃତଦେହକୁ ସଂରକ୍ଷିତ କରି ରଖିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ । ଆସନ୍ତା ୯ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୃତଦେହକୁ ସଂରକ୍ଷିତ ରଖିବା ପାଇଁ କହିଛନ୍ତି ହାଇକୋର୍ଟ । ଏଥିସହ ପୋଷ୍ଟମର୍ଟମର ଭିଡିଓକୁ ସିଡି କିମ୍ବା ପେନଡ୍ରାଇଭରେ ମେହବୁବନଗରର ପ୍ରିନିସପାଲ ଡିଷ୍ଟ୍ରିକ୍ଟ ଜଜଙ୍କୁ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିଛି ମାନବାଧିକାର କର୍ମୀ ଏବଂ ମହିଳା ସଂଗଠନ କରିଥିବା ଆବେଦନ ଉପରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।ଆସନ୍ତା ୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।