ଓଡିଆନ୍ ନ୍ୟୁଜ

45

ଆଜି ପାଇକ ବିଦ୍ରୋହ ସ୍ମୃତି ସ୍ତମ୍ଭର ଶିଳାନ୍ୟାସ କରିବେ ରାଷ୍ଟ୍ରପତି

Team Odian News |

ଭୁବନେଶ୍ବର : ଗତକାଲିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଆଜି ରାଷ୍ଟ୍ରପତି ପ୍ରଥମେ ଖୋର୍ଦ୍ଧା ଯାଇ ବରୁଣେଇ ପାଦଦେଶରେ ପ୍ରତିଷ୍ଠା ହେବାକୁ ଥିବା ପାଇକ ବିଦ୍ରୋହର ସ୍ମାରକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିପାଇଁ କୋବିନ୍ଦ ସକାଳ ସାଢ଼େ ୯ଟାରେ ଯାତ୍ରା ଆରମ୍ଭ କରିବେ । ସାଢ଼େ ୧୦ରେ ବରୁଣେଇରେ ସହିଦ୍ ସ୍ମାରକୀର ଶିଳାନ୍ୟାସ କରିବା ପରେ ଉଦ୍‌ବୋଧନ ଦେବେ ରାଷ୍ଟ୍ରପତି । ଏହା ପରେ ମଧ୍ୟାହ୍ନରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଖୋର୍ଦ୍ଧା କାର୍ଯ୍ୟକ୍ରମ ପରେ ଭୁବନେଶ୍ବର ଫେରି ଉତ୍କଳ ବିଶ୍ବବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାର ମାଇଲ୍ ଖୁଣ୍ଟ ଉତ୍କଳ ବିଶ୍ବ ବିଦ୍ୟାଳୟ ୭୫ବର୍ଷରେ ପଦାର୍ପଣ କରିଛି । ସଂଧ୍ୟା ୫ଟାରେ ରାଷ୍ଟ୍ରପତି ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ।  ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀ ଠାରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।