ଓଡିଆନ୍ ନ୍ୟୁଜ

48

ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକ

Team Odian News |

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କର ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲେ।  ଭାଗବତ ମହାନ୍ତି କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩ ଥର ନିର୍ବାଚିତ ହୋଇଥିଲେ। ରାଜସ୍ୱ  ଓ ଶିକ୍ଷା ମନ୍ତ୍ରୀ ଭାବେ ୨ ଥର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ।

ପଞ୍ଚମ ବିଧାନସଭାକୁ ସେ ପ୍ରଥମେ ପ୍ରଜା ସୋସିଆଲିଷ୍ଟ୍ ପାର୍ଟି ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ। ଏହା ପରେ କଂଗ୍ରେସ ଟିକେଟ୍‌ରେ ନବମ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତା’ପରେ ଏକାଦଶ ବିଧାନସଭାକୁ ଭାରତୀୟ ଜାତୀୟ କଂଗ୍ରେସ ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ।