ଓଡିଆନ୍ ନ୍ୟୁଜ

46

୭୩ବର୍ଷରେ ପାଦ ଥାପିଲେ ସୋନିଆ ଗାନ୍ଧୀ

Team Odian News |

ନୂଆଦିଲ୍ଲୀ :  ଭାରତୀୟ ଜାତୀୟ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଥିବା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଆଜି ହେଉଛି  ଜନ୍ମଦିନ  ।୭୩ବର୍ଷରେ ପାଦ ଥାପିଲେ ସୋନିଆ ଗାନ୍ଧୀ । ସୋନିଆ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।ଭାରତୀୟ ଜାତୀୟ କଂଗ୍ରେସର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଅଧ୍ୟକ୍ଷ ଭାବେ ରହିଥିବାର ରେକର୍ଡ ମଧ୍ୟ ସୋନିଆ ଗାନ୍ଧୀଙ୍କ ନାମାରେ ରହିଛି  ।  ୯ଡିସେମ୍ବର ୧୯୪୬ର ଆଜିର ଦିନରେ ଇଟାଲୀର ଏକ ସହରରେ ଜନ୍ମନେଇଥିଲେ ସୋନିଆ ଗାନ୍ଧୀ ।ଦେଶରେ ମହିଳାଙ୍କ ପ୍ରତି ବଢୁଥିବା ନିର୍ଯ୍ୟାତନା ଲାଗି ଚଳିତ ବର୍ଷ ନିଜ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ସୋନିଆ ଗାନ୍ଧୀ କହିଛନ୍ତି ।