ଓଡିଆନ୍ ନ୍ୟୁଜ

49

ସଂସଦରେ ଆଗତ ନାଗରିକତା ବିଲ୍ ପ୍ରସ୍ତାବକୁ BJD ସମର୍ଥନ

Team Odian News |

ନୂଆଦିଲ୍ଲୀ:ସୋମବାର ନାଗରିକତା(ସଂଶୋଧନ)ବିଲ୍  ଲୋକସଭାରେ ଗୃହୀତ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଦ୍ବାରା ଉପସ୍ଥାପିତ ହୋଇଥିବା ଏହି ବିଲ୍ ସପକ୍ଷରେ ୨୯୩ଟି ଭୋଟ ମିଳିଥିବା ବେଳେ ବିରୋଧରେ ୮୨ଟି ଭୋଟ ପଡ଼ିଛି।ସଂଶୋଧନ ବିଲ୍ ପ୍ରସ୍ତାବକୁ ନେଇ ସଂସଦରେ ଆଜି ପ୍ରବଳ ହଟ୍ଟଗୋଳ ହୋଇଥିଲା।  ବିଜେଡି ନାଗରିକତା ସଂଶୋଧନ ବିଲ୍ ଆଗତ ସପକ୍ଷରେ ଭୋଟ୍ ଦେଇଛନ୍ତି ବିଜେଡି ସାଂସଦ । ଫଳରେ ବହୁଚର୍ଚ୍ଚିତ ନାଗରିକତା (ସଂଶୋଧନ) ବିଲ୍ ପ୍ରଥମ ପାହାଚ ଅତିକ୍ରମ କରିଛି।ଉକ୍ତ ବିଲ୍‌ରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନର ଅଣ ମୁସଲିମ୍ ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି। ତେବେ ଏହି ବିଲ୍‌କୁ ନେଇ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଜୋରଦାର ପ୍ରତିବାଦ ଆରମ୍ଭ ହୋଇଯାଇଛି। ବହୁସଂଖ୍ୟକ ପ୍ରତିଷ୍ଠାନ ଏବଂ ଜନତା ଏହାକୁ ବିରୋଧ କରୁଛନ୍ତି। ଏହି ବିଲ୍ ଆଇନରେ ପରିଣତ ହେଲେ ଆସାମ ରାଜିନାମା ୧୯୮୫ର ବ୍ୟବସ୍ଥାର ପ୍ରାସଙ୍ଗିକତା ରହିବ ନାହିଁ। ଏହି ରାଜିନାମାରେ ଯେ କୌଣସି ଧର୍ମର ଆପ୍ରବାସୀମାନଙ୍କୁ ଦେଶରୁ ତଡ଼ିବା ଲାଗି ୧୯୭୧ ମସିହା ମାର୍ଚ୍ଚ ୨୪ ତାରିଖକୁ ଶେଷ ଦିବସ ଭାବେ ଧରାଯାଇଛି।