ଓଡିଆନ୍ ନ୍ୟୁଜ

220

ପରଲୋକରେ ଆକାଶବାଣୀର ପୂର୍ବତନ ନିର୍ଦେଶକ ଡଃ ହୃଷକୋଶ ପଣ୍ଡା

Team Odian News |

ପରଲୋକରେ ଆକାଶବାଣୀର ପୂର୍ବତନ ନିର୍ଦେଶକ ଡଃ ହୃଷକୋଶ ପଣ୍ଡା
କଟକ ,୧୫/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ଜାତୀୟ ଓ ଆନ୍ତର୍ଜତୀୟ ପୁରସ୍କାରପ୍ରାପ୍ତ ବିଶିଷ୍ଟ କବି, ଲେଖକ ତଥା କଟକ ଆକାଶବାଣୀ କେନ୍ଦ୍ରର ପୂର୍ବତନ ନିର୍ଦେଶକ ଡଃ ହୃଷକୋଶ ପଣ୍ଡା ଆଉ ନାହାନ୍ତି। ରବିବାର ସକାଳେ କଟକସ୍ଥିତ ଏକ ଘରୋଇ ହସ୍ପିଟାଲ ଚିକିତ୍ସା ହେଉଥିବା ବେଳେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲେ। ସୂଚନାଯୋଗ୍ୟ, ୫ ସେପ୍ଟେମ୍ବର ୧୯୫୩ରେ ବାଲେଶ୍ବର ଜିଲା ଜଳେଶ୍ବର ବ୍ଳକ୍ ଅଧିନସ୍ଥ ସୁବର୍ଣ୍ଣରେଖା ନବୀତଟ ସମ୍ଭ୍ରାନ୍ତ ପଶିମବାଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଦୀର୍ଘ ଚାରି ଦଶନ୍ଧି ଧରି ତାଙ୍କ ରଚିତ ୪୫ଟି ପୁସ୍ତକ ଓଡିଆ ସାହିତ୍ୟକୁ ସମୃଦ୍ଧ କରିଛି। ୧୯୭୯ରେ ବାଲେଶ୍ବର ଫକୀର ମୋହନ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ , ୧୯୭୮ରେ ଶାନ୍ତିନିକେତନ ସ୍ନାତକୋତ୍ତର ପାଇଥିଲେ। ଏହା ପରେ ରବିନ୍ଦ୍ର ସମକାଳୀନ ଓଡିଆ କବିତା ନିବନ୍ଧ ପ୍ରସ୍ତୁତ କରି ପିଏଚଡି ଲାଭ କରିଥିଲେ । ୪ ବର୍ଷ ବାଲେଶ୍ବରରେ ଅଧ୍ୟାପନା କରିବା ପରେ ୧୯୮୧ରେ ଭାରତୀୟ ବେତାର ପ୍ରସାରଣ ସେବାରେ ଯୋଗ ଦେଇଥିଲେ । ଏହାପରେ ସେ ପ୍ରଥମେ ବହ୍ମପୁର ଆକାଶବାଣୀ ନିର୍ଦେଶକ ଏବଂ ପରେ କଟକ ଆକାଶବାଣୀ କେନ୍ଦ୍ରର ନିର୍ଦେଶକ ପଦରେ ଆସୀନ ହୋଇଥିଲେ। ତାଙ୍କ ମୃତ୍ୟୁରେ ଶୁଭେଚ୍ଛୁ ବନ୍ଧୁବର୍ଗ ଏବଂ ପରିଜନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।