ଓଡିଆନ୍ ନ୍ୟୁଜ

43

‘ଜାଗା ମିସନ’ ଲାଗି ଓଡିଶାକୁ ମିଳିଲା ‘ୱାର୍ଲଡ ହାବିଟାଟ୍ ଆୱାର୍ଡ’

Team Odian News |

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ‘ଜାଗା ମିସନ’ ଲାଗି ଓଡିଶାକୁ ୱାର୍ଲଡ ହାବିଟାଟ ଆୱାର୍ଡରେ ସମ୍ବର୍ଦ୍ଧିତ କରାଯାଇଛି। ମିସନ ମାଧ୍ୟମରେ ସରକାର ଗରିବ ବସ୍ତିବାସିନ୍ଦାଙ୍କୁ  ଭୂମି ଅଧିକାର ପ୍ରଦାନ କରିଛନ୍ତି। ଫଳରେ ଏପର୍ଯ୍ୟନ୍ତ ବସ୍ତି କରି ରହୁଥିବା ଲୋକେ ବାସପୋଯୋଗୀ ଘର ଲାଗି ନିଜକୁ ସକ୍ଷମ କରିପାରିଛନ୍ତି। ତେବେ ରାଜ୍ୟ ସରକାରଙ୍କୁ ମିଳିଥିବା ଏହି ପୁରସ୍କାରକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି ।ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସହରାଞ୍ଚଳରେ ରହୁଥିବା ଲକ୍ଷଲକ୍ଷ ଗରିବଙ୍କ ସଶକ୍ତିକରଣ ଲାଗି ହାତକୁ ନେଇଥିବା ରାଜ୍ୟ ସରକାରଙ୍କ ‘ଜାଗା ମିସନ’ ଯୋଜନାକୁ ବିଶ୍ୱର ମାନ୍ୟତା ମିଳିଛି ବୋଲି କହିଛନ୍ତି। ତେବେ ଏଥିଯୋଗୁ ସହରାଞ୍ଚଳର ଗରିବଙ୍କୁ ଉନ୍ନତତର ସୁବିଧା ସୁଯୋଗ ସହ ସଶକ୍ତିକରଣ କରିବାରେ ରାଜ୍ୟ ସରକାର ଏକ ବୈଶ୍ୱିକ ମାନଦଣ୍ଡ ସ୍ଥାପିତ କରିପାରିଥିବା କହିଛନ୍ତି। ଏଣୁ ଏହି ସମ୍ମାନକୁ ସେ ସେହିମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛନ୍ତି ଯେଉଁମାନେ ଏଥିଲାଗି ହକ୍‌ଦାର ବୋଲି ନବାନ ଏକ ଟ୍ୱିଟ୍ ବାର୍ତ୍ତାରେ ଜଣାଇଛନ୍ତି।