ଓଡିଆନ୍ ନ୍ୟୁଜ

43

କେନ୍ଦ୍ରାପଡ଼ା ଲ’ କଲେଜ ଛକରେ ଜଣେ ବ୍ୟବସାୟୀଙ୍କଠାରୁ ସାଢେ ୪ ଲକ୍ଷ ଟଙ୍କା ଲୁଟ

Team Odian News |

କେନ୍ଦ୍ରାପଡା:  ଆଜି ପ୍ରାୟ ଦିନ ସାଢେ ଗୋଟାଏ ବେଳେକେନ୍ଦ୍ରାପଡ଼ା ଲ’ କଲେଜ ଛକରେ ଜଣେ ବ୍ୟବସାୟୀଙ୍କଠାରୁ ସାଢେ ୪ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ ।  ଲ’ କଲେଜ ଛକ ଏସବିଆଇ ଶାଖାରୁ ବ୍ୟବସାୟୀ ରାଜେନ୍ଦ୍ର ଦାସ ଟଙ୍କା ଉଠାଇ ନିଜ ବାଇକ ପାଖରୁ ଆସୁଥିବା ବେଳେ ତାଙ୍କୁ ଜଣେ ଅପରିଚିତ ବ୍ୟକ୍ତି କିଛି ପଚାରିଥିଲେ ।  ଟଙ୍କା ବ୍ୟାଗ୍ ଟିକୁ ନିଜ ବାଇକରେ ଝୁଲାଇ ଦେଇ ରାଜେନ୍ଦ୍ର କଥା ହେଉଥିବା ବେଳେ ଅନ୍ୟଜଣେ ବ୍ୟକ୍ତି ବ୍ୟାଗ୍ ଟିକୁ ନେଇ ଦୌଡିଥିଲେ । ପରେ ରାଜେନ୍ଦ୍ରଙ୍କ ସହ କଥା ହେଉଥିବା ବ୍ୟକ୍ତି ନିଜ ବାଇକ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବସାଇ ଫେରାର୍ ହୋଇଯାଇଥିଲେ । ରାଜେନ୍ଦ୍ର ତାଙ୍କ ପଛରେ କିଛି ବାଟ ଯାଇଥିଲେ ସୁଦ୍ଧା ତାଙ୍କୁ ଧରି ପରିନଥିଲେ ।ପରେ ଏ ନେଇ ସଦର ଥାନାରେ ଅଭିଯୋଗ ହୋଇଛି । ସିସିଟିରେରେ କଏଦ ହୋଇଥିବା ଦୃଶ୍ୟ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।