ଓଡିଆନ୍ ନ୍ୟୁଜ

185

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ପ୍ରଶଂସା

Team Odian News |

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ପ୍ରଶଂସା 
ଭୁବନେଶ୍ୱର ,୧୫/୧୦( ଓଡ଼ିଆନ୍‍ ନ୍ୟୁଜ୍‍): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ପ୍ରଶଂସା  କରିଛନ୍ତି, ସେ କହିଥିଲେ, ଗଲା ୪୦ ବର୍ଷ ଭିତରେ ଦେଶ ଏଭଳି ଜଣେ ପେଟ୍ରୋଲିୟମ ମନ୍ତ୍ରୀ ପାଇଛି । ଧର୍ମେନ୍ଦ୍ର ଜଣେ ଦକ୍ଷ ଓ କଠିନ ପରିଶ୍ରମୀ ବ୍ୟକ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ଦେଇଛନ୍ତି । ସାଂସଦ ଆହୁରି କହିଥିଲେ ଏଥିପାଇଁ ଧର୍ମେନ୍ଦ୍ରଙ୍କୁ ଅନେକ ଚ୍ୟାଲେଞ୍ଜର ସମୁଖୀନ ହେବାକୁ ପଡିବ । ତେଣୁ ଚ୍ୟାଲେଞ୍ଜକୁ ସଫଳତାର ସହ ସମୁଖୀନ ହେବା ସହ କାର୍ୟ୍ୟରେ ସଫଳ ହୁଅନ୍ତୁ ବୋଲି ଶୁଭେଛା ଜଣାଇଛନ୍ତି ପିନାକୀ । ଭୁବନେଶ୍ୱରରେ ଆୟୋଜିତ ମୁଦ୍ରା ଯୋଜନାର ଏକ କାର୍ୟ୍ୟକ୍ରମ ଅବସରରେ ଏହା କହିଛନ୍ତି ପିନାକୀ ।